Saturday, April 12, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଫ୍ରେଜରପୁର ଓଏଭିରେ ଖାଦ୍ୟ ମେଳା ଓ ଅଭିଭାବକ ଶିକ୍ଷକ ବୈଠକ ।

ଫ୍ରେଜରପୁର ଓଏଭିରେ ଖାଦ୍ୟ ମେଳା ଓ ଅଭିଭାବକ ଶିକ୍ଷକ ବୈଠକ ।

ପାଇକମାଲ(ବିଦ୍ୟାଧର ସାହୁ)-ପାଇକମାଲ ବ୍ଲକ ଫ୍ରେଜରପୁର ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଖାଦ୍ୟ ମେଳା ଓ ଅଭିଭାବକ ଶିକ୍ଷକ ବୈଠକ ବିଦ୍ୟାଳୟର ଅଧ୍ୟକ୍ଷ ଜୟନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।ଛାତ୍ର ଛାତ୍ରୀମାନେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିଥିଲେ। ଖାଦ୍ୟ ମେଳାରେ ମୁଖ୍ୟ ଅତିଥି ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ,ସମ୍ମାନୀତ ଅତିଥି ସାମ୍ବାଦିକ ନିରଞ୍ଜନ ତ୍ରିପାଠୀ,କେଛୋଦାଦର ହାଇସ୍କୁଲର ପ୍ରଧାନ ଶିକ୍ଷକ ସ୍ମୃତି ରଞ୍ଜନ ପାଲ, ଧର୍ମେନ୍ଦ୍ର ବୁଡେକ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ମାନଙ୍କ ଉଦ୍ୟମକୁ ଅତିଥିଗଣ ଭୂୟସୀ ପ୍ରଶଂସା କରିଥିଲେ।

ସାମାଜିକ ବିଜ୍ଞାନ ଶିକ୍ଷକ ତରୁଣ ଦାଶ ସଭା ପରିଚାଳନା କରିଥିଲେ । ବିଭିନ୍ନ ବିଭାଗରେ ବିଚାରକ ଭାବେ ଅବିନାଶ ମହାନନ୍ଦ, ଅଭିନନ୍ଦନ ମିଶ୍ର, କଣ୍ଠେଶ୍ୱର ପ୍ରଧାନ,ରୀନା ଭୋଇ,କାନନବାଳା ସାହୁ ଓ ଭାଗ୍ୟବନ୍ତୀ ଭୋଇ ଦାୟିତ୍ଵ ତୁଲାଇଥିଲେ। ପରେ ବିଦ୍ୟାଳୟର ଅଧ୍ୟକ୍ଷ ଜୟନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅଭିଭାବକ ଓ ଶିକ୍ଷକ ବୈଠକ ଅନୁଷ୍ଠିତ ହେବା ସହ ସ୍କୁଲର ବିଭିନ୍ନ ମୈାଳିକ ସମସ୍ୟା ଉପରେ ଅଧ୍ୟକ୍ଷ ଆଲୋକପାତ କରିଥିଲେ। ମୁଖ୍ୟତଃ ଛାତ୍ରଛାତ୍ରୀ ମାନଙ୍କ ଅଧ୍ୟୟନ ପ୍ରତି ବିଶେଷ ଗୁରୁତ୍ଵ ଆରୋପ କରି ଅଭିଭାବକମାନେ ପ୍ରସ୍ତାବ ଦେଇଥିଲେ।

error: Content is protected !!