Saturday, March 7, 2026
Homeଅଘଟଣଫସଳ ଜଗିଥିଲେ ସ୍ବାମୀ ସ୍ତ୍ରୀ,ଉଭୟଙ୍କୁ ଦଳିଦେଲା ବଣୁଆ ହାତୀ ।

ଫସଳ ଜଗିଥିଲେ ସ୍ବାମୀ ସ୍ତ୍ରୀ,ଉଭୟଙ୍କୁ ଦଳିଦେଲା ବଣୁଆ ହାତୀ ।

ପଦ୍ମପୁର-ଫସଲ ଜଗିବା ହେଲା କାଳ । ସ୍ବାମୀ ସ୍ତ୍ରୀ ଉଭୟଙ୍କୁ ଦଳିଦେଲା ବଣୁଆ ହାତୀ । ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଧାନ୍ଦୁପାଲି ଗାଁରେ ଘଟିଛି ଏଭଲି ଏକ ଅଘଟଣ। ଧାନ୍ଦୁପାଲି ଗାଁର ବଳରାମ ରଣା ଓ ଶଶୀ ରଣା ନିଜ ବିଳରେ ପରିବା ଚାଷ କରିଥିଲେ । ସବୁଦିନ ପରି ଗତକାଲି ରାତିରେ ଉଭୟ ସ୍ବାମୀ ସ୍ତ୍ରୀ ବଳରାମ ରଣା ଓ ଶଶୀ ରଣା ରାତିରେ ଫସଳ ଜଗିଥିଲେ । ହେଲେ ଆଜି ସକାଳୁ ତାଙ୍କ ପରିବାର ଲୋକ ବିଳକୁ ଯାଇଥିବା ବେଳେ ଉଭୟଙ୍କୁ ହାତୀ ଆକ୍ରମଣ କରି ମାରିଦେଇଥିବା ଓ ଫସଲ ନଷ୍ଟ କରିଥିବା ଦେଖିବାକୁ ପାଇଥିଲେ ।

error: Content is protected !!