Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଫସଲ ବୀମା ପ୍ରସଙ୍ଗରେ ରିଲାଏନ୍ସ କମ୍ପାନୀ ଟାଳଟୁଳ ନିତି ଯୋଗୁଁ ବରଗଡ ଜିଲ୍ଲାରୁ ବାଦ ଦେବାକୁ...

ଫସଲ ବୀମା ପ୍ରସଙ୍ଗରେ ରିଲାଏନ୍ସ କମ୍ପାନୀ ଟାଳଟୁଳ ନିତି ଯୋଗୁଁ ବରଗଡ ଜିଲ୍ଲାରୁ ବାଦ ଦେବାକୁ ଚାଷୀ ସଂଗଠନର ଦାବୀ ।

ବରଗଡ଼- ଫସଲ ବୀମା ପ୍ରସଙ୍ଗରେ ରିଲାଏନ୍ସ କମ୍ପାନୀ କୁ ବରଗଡ଼ ଜିଲ୍ଲାରୁ ବାହାର କରାଯାଉ ବୋଲି ଆଜି ଜିଲ୍ଲା କୃଷି ମୁଖ୍ୟ ଅଧିକାରୀ ପ୍ରସନ୍ନ କୁମାର ମିଶ୍ର ଙ୍କ ଠାରେ ସଂଯୁକ୍ତ କୃଷକ ସଂଗଠନ ର ଉପଦେଷ୍ଟା ରମେଶ ମହାପାତ୍ର ଏବଂ ଉତ୍ପନ୍ନ ଭୋଇଙ୍କ ନେତୃତ୍ୱ ସଦସ୍ୟ ସୁଦାମ ପାତ୍ର, ବିକାଶ ମାଝୀ, ଗଙ୍ଗା ପାତ୍ର, ସୁବ୍ରତ ପଧାନ, ଉମେଶ ପଧାନ , ସୁରେଶ ନିକେଣ୍ଟି, ସୁବାସ ବିଶ୍ୱାଳ, ଚିତ୍ରସେନ ଭୋଇ, ବିଜୟ ସାହୁ, ଚୂଡ଼ାମଣି ଛନ୍ଦ ଅଭିଯୋଗ କରିଛନ୍ତି। କାରଣ ରିଲେନ୍ସ କମ୍ପାନୀ ଗତ ରବି ଋତୁରେ କରମାଡ଼ ଏବଂ ବର୍ଷା ଜନିତ କ୍ଷୟକ୍ଷତି କୁ ଗ୍ରହଣ କରୁନାହିଁ ଏବଂ ଗତ ମିଗ ଜୋମ ଜନିତ କ୍ଷତି ପୂରଣ ଦେବାରେ ଛଳନାତ୍ମକ ପନ୍ଥା ଅବଲମ୍ବନ କରୁଥିବାରୁ ସଂଗଠନ କ୍ଷୋଭପ୍ରକାଶ କରିଛି। ପ୍ରଥମ ରେ କ୍ଷତି ର ଦଶ ଦିନ ମଧ୍ୟରେ ଆକଳନ ନ କରି ଏକ ମାସ ପରେ ଡ୍ରୋନ ସାହାଯ୍ୟରେ ଆକଳନ କରାଗଲା ଯାହାକି କ୍ଷତିପୂରଣ ଯେତିକି ମିଳିବା କଥା ଚାଷୀ ମାନେ ପାଇଲେ ନାହିଁ।

ଫେବୃଆରୀ ୨୭ ତାରିଖ ଚାଷୀ ଆନ୍ଦୋଳନ ପରେ ବରଗଡ଼ ରେ ୫୬ ହଜାର ଆବେଦନ କାରୀଙ୍କ ମଧ୍ୟରୁ କେବଳ ୩୦ ହଜାର ଚାଷୀ କ୍ଷିତି ପୂରଣ ମାତ୍ର ୨୨ କୋଟି ୪୪ ଲକ୍ଷ ଟଙ୍କା ୧୫ ଦିନ ମଧ୍ୟ ରେ ଚାଷୀ ମାନଙ୍କୁ ଦେବା ପାଇଁ କମ୍ପାନୀ ପ୍ରକାଶ କରିଥିଲା ହେଲେ ତାହା ବିଳମ୍ବ ହେବାରୁ ଜିଲ୍ଲା କୃଷି ଅଫିସ ଭେଡେନ, ଅତାବିରା ତହସିଲ ଅଫିସ ତାଲାବନ୍ଦ ଆନ୍ଦୋଳନ ହେଲା, କମ୍ପାନୀ ବିରୋଧ ରେ ବରପାଲି, ଅତାବିରା ଏବଂ ଭେଡେନ ଥାନାରେ ୧୨ ଶହ ଚାଷୀ ଥାନାରେ କେଶ କଲେ, ରେଳ ରୋକ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ କମ୍ପାନୀ ଆନ୍ଦୋଳନ ଚାପରେ ୨୦ କୋଟି ଟଙ୍କା ଚାଷୀ ମାନଙ୍କ ଆକାଉଣ୍ଟ କୁ ଦେଇଛି ଏବଂ ଅନ୍ୟ ୨ କୋଟି ୪୪ ଲକ୍ଷ ଟଙ୍କା ଚାଷୀମାନେ ପାଇନାହାଁନ୍ତି। ପ୍ରାୟ ଚାଷୀକୁ କ୍ଷତି ତୁଳନାରେ ବହୁତ କମ କ୍ଷତି ପୂରଣ ମିଳିଛି।

ସେଥିପାଇଁ ଜିଲ୍ଲାପାଳ ପୁନଃ ଆକଳନ କରିବା ପାଇଁ  କମ୍ପାନୀ କୁ ନିର୍ଦେଶ ଦେଇଥିଲେ କମ୍ପାନୀ କୃଷି କାର୍ଯ୍ୟାଳୟ ଠାରେ ଅଭିଯୋଗ ଦେବା ପାଇଁ ଚାଷୀଙ୍କୁ କୁହାଗଲା ହଜାର ହଜାର ଚାଷୀ ଅଭିଯୋଗ କଲେ ହେଲେ  ପଦକ୍ଷେପ କିଛି ନାହିଁ ସେଥିପାଇଁ ଭେଡେନ ବ୍ଲକ ରେ ରବି ଋତୁ ପାଇଁ କ୍ରଫ କଟିଙ୍ଗ କରିଦେଇ ନାହାନ୍ତି। ସଂଗଠନ ର ସ୍ପଷ୍ଟ ମତ କମ୍ପାନୀ ଚାଷୀ ମାନଙ୍କୁ କ୍ଷତିପୂରଣ ନ ଦେବା ପାଇଁ ନୁଆଁ ନୁଆଁ ଚାଲ କରୁଛି ଏଣୁ ଏହି କମ୍ପାନୀ କୁ ବରଗଡ଼ ରୁ ଫସଲ ବୀମା କରିବା ଦାଇତ୍ବ ରୁ ବାହାର କରାଯାଉ ନ ହେଲେ ଆମେ ଚାଷୀମାନେ ଫସଲ ବୀମା କରିବୁ ନାହିଁ ବୋଲି ଯିଦ ଧରିଛନ୍ତି ଏବଂ ତୁରନ୍ତ କ୍ଷୟକ୍ଷତି ର କ୍ଷତିପୂରଣ ନ ମିଳିଲେ ବଡ ଧରଣର ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି।

error: Content is protected !!