ଅତାବିରା-ଅତାବିରା ବ୍ଲକ ସ୍ଥିତ ତଳିଟାମ୍ପରସରା ଗ୍ରାମର ରାଧାକୃଷ୍ଣ ମନ୍ଦିରରେ ପାଳିତ ହୋଇଯାଇଛି ଦୋଳପର୍ବ। ଦୋଳମଣ୍ଡପରେ ବିଗ୍ରହ ମାନଙ୍କର ଦୋଳି ତିଆରି କରାଯାଇ ପୂଜାର୍ଚନା କରାଯାଇଥିଲା । ଏଥିରେ ନୂତନ କରି ଆସିଥିବା ଆମ୍ବ ,ମହୁଲକୁ ପ୍ରଥମେ ଦେବଦେବୀଙ୍କ ନିକଟରେ ଅର୍ପଣ କରାଯାଇ ଗୁଁଡି ଖାଇ କରାଯାଇଥିଲା । ପରେ ପୂଜକ ପାଂଜି ପାଠ କରି ଚଳିତ ବର୍ଷର ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ। ସନ୍ଧ୍ୟାରେ ମହୁଲପାଲି ଓ ସାତୁପାଲି ଗ୍ରାମର ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା ।