Saturday, March 7, 2026
Homeଅଘଟଣପ୍ରାଧ୍ୟାପକ ବିରଞ୍ଚି ସାହୁଙ୍କ ଅଶ୍ଳୀଳ ବାର୍ତ୍ତା ଭାଇରାଲ ଘଟଣା:ତଦନ୍ତ ଶେଷ ,କାର୍ଯାନୁଷ୍ଠାନକୁ ଅପେକ୍ଷା ।

ପ୍ରାଧ୍ୟାପକ ବିରଞ୍ଚି ସାହୁଙ୍କ ଅଶ୍ଳୀଳ ବାର୍ତ୍ତା ଭାଇରାଲ ଘଟଣା:ତଦନ୍ତ ଶେଷ ,କାର୍ଯାନୁଷ୍ଠାନକୁ ଅପେକ୍ଷା ।

ପଦ୍ମପୁର-ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଅର୍ଥନିତି ବିଭାଗର ପ୍ରାଧ୍ୟାପକ ବିରଞ୍ଚି ସାହୁଙ୍କ ୱଆଡସ୍ପ ଅଫ ବାର୍ତ୍ତା ଭାଇରାଲ ପରେ କଲେଜରେ ଆଇନଶୃଙ୍ଖଳା ଭଲି ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଏକ ତଦନ୍ତ କମିଟି ଗଠନ କରାଯାଇଥିଲା । ମଙ୍ଗଳବାର ଓ ବୁଧବାର ଏହି କମିଟି ତଦନ୍ତ କରିଥିବା ଜଣାପଡ଼ିଛି । କଲେଜର ବରିଷ୍ଠ ଅଧ୍ୟାପିକା ଝୁନୁ ପରିଡାଙ୍କ ଅଧ୍ୟକ୍ଷତାରେ ଏହି କମିଟିର ଅଧ୍ୟାପିକା ରୀନା ଧର୍ମବିନାୟକ, ଅଧ୍ୟାପିକା ଶୁରେଶ୍ୱରୀ ପାଣ୍ଡେ ସମେତ ନିମନ୍ତ୍ରିତ ସଦସ୍ୟ ଭାବେ

ପଦ୍ମପୁର ଆଇଆଇସି ମମତା ନାଏକ ପିଡିତା ଛାତ୍ରୀଙ୍କ ସମେତ ଯେଉଁ ମାନଙ୍କ ନାମ ଆସିଥିଲା ଏବଂ ଯେଉଁ ମାନେ ଅଭିଯୋଗ କରିଥିଲେ ସେମାନଙ୍କ ବୟାନ ରେକର୍ଡ କରିବା ସହିତ ଘଟଣାରେ ସଂପୃକ୍ତ ପ୍ରାଧ୍ୟାପକ ବିରଞ୍ଚି ସାହୁଙ୍କୁ ମଧ୍ୟ ପଚରାଉଚୁରା କରିଥିଲେ । ଗୁରବାର ଏହି କମିଟି ତଦନ୍ତ ରିପୋର୍ଟ କଲେଜ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା ଙ୍କୁ ହସ୍ତାନ୍ତର କରିବେ। ତେବେ ତଦନ୍ତ ରିପୋର୍ଟ ପାଇଲା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷ ପଣ୍ଡା କହିଛନ୍ତି ।

error: Content is protected !!