Saturday, April 26, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିପ୍ରାଦେଶିକ ମେଧା ପରୀକ୍ଷା ଓ ଶ୍ରୀ ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ପଦ୍ମପୁରର ତିନି...

ପ୍ରାଦେଶିକ ମେଧା ପରୀକ୍ଷା ଓ ଶ୍ରୀ ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ପଦ୍ମପୁରର ତିନି ଛାତ୍ରଛାତ୍ରୀ ।

ପଦ୍ମପୁର-ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ତିନି ଜଣ ଛାତ୍ରଛାତ୍ରୀ ଶିକ୍ଷା ବିକାଶ ସମିତି,ଓଡ଼ିଶାଙ୍କ ଦ୍ଵାରା ଆୟୋଜିତ ପ୍ରାଦେଶିକ ମେଧା ପରୀକ୍ଷା ଓ ଶ୍ରୀ ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ସଫଳତା ହାସଲ କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି । ନବମ ଶ୍ରେଣୀର ସିଦ୍ଧାର୍ଥ ଶେଖର ସାହୁ ଓ ଦୀପଶିଖା ଗଡ଼ତିଆ ଉଭୟେ ୯ ମ ଶ୍ରେଣୀର ପ୍ରାଦେଶିକ ମେଧା ପରୀକ୍ଷାରେ ସାରା ଓଡ଼ିଶାରେ ୧୪୬ ମାର୍କ ରଖି ଦଶମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ସୌରଭ ଗଡ଼ତିଆ ତୃତୀୟ ଶ୍ରେଣୀର ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ସାରା ଓଡ଼ିଶାରେ ୭୮ ମାର୍କ ରଖି କରି ଅଷ୍ଟମ ସ୍ଥାନରେ କୃତିତ୍ତ୍ୱ ହାସଲ କରିଛନ୍ତି । କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରଧାନ ଆଚାର୍ଯ୍ୟ,ସମସ୍ତ ଗୁରୁଜୀ ଗୁରୁମା, ଅଭିଭାବକ ଅଭିଭାବିକା ତଥା ପରିଚାଳନା ସମିତି ପରିବାର ଅଭିନନ୍ଦନ ଜଣାଇଛନ୍ତି ।

error: Content is protected !!