Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିପ୍ରାଦେଶିକ ଗଣିତ ମେଳା ଉଦଯାପିତ ।

ପ୍ରାଦେଶିକ ଗଣିତ ମେଳା ଉଦଯାପିତ ।

ବରପାଲି-ବରପାଲି ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ପରିସରରେ ଶିକ୍ଷାବିକାଶ ସମିତି ଓଡିଶାଙ୍କ ପକ୍ଷରୁ ପ୍ରାଦେଶିକ ଗଣିତ ମେଳା ଉଦଯାପନୀ ସମାରୋହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୂଖ୍ଯଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ପାର୍ବତୀ ଗିରି ମହାବିଦ୍ୟାଳୟ ବରଗଡ ଦଧିବାମନ ଦାଶ,ମୁଖ୍ୟ ବକ୍ତା ଡଃ ପ୍ରଦୀପ କୁମାର ସାହୁ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଅଞ୍ଚଳ ମହାବିଦ୍ୟାଳୟ, ତାରକ ଦାସ ସରକାର ଶିକ୍ଷା ବିକାଶ ସମିତି ଓଡିଶାଙ୍କ ସଂଗଠନ ମନ୍ତ୍ରୀ ଓ ଡଃ ବେଣୁଧର ପ୍ରଧାନ ପଶ୍ଚିମ ସମ୍ଭାଗ୍ ସଭାପତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ବିରଞ୍ଚି ନାରାୟଣ ମହାପାତ୍ର ପ୍ରାନ୍ତ ଗଣିତ ସଂଯୋଜକଙ୍କ ସଂଯୋଜନାରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା।

ଜ୍ୟୋତି ରଞ୍ଜନ ମିଶ୍ର ପଶ୍ଚିମ ସଂଭାଗ ସଂଯୋଜକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା ସମିତି ସଭାପତି ଯଦୁମଣି ବିଶି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଗଣିତ ମେଳାରେ ୧୪୪ ଜଣ ପ୍ରତିଭାଗୀ ଭାଗ ନେଇଥିଲେ। ସେହିପରି ଶିକ୍ଷା ବିକାଶ ସମିତି ଓଡିଶା ଙ୍କ ବହୁ ପୂର୍ଣ୍ଣ କାଳୀନ କର୍ମକର୍ତ୍ତା , ପ୍ରତିଭାଗୀ ଙ୍କ ଗୁରୁଜୀ ଗୁରୁମା ଙ୍କ ସମେତ ସ୍ଥାନୀୟ ଗୁରୁଜୀ ଗୁରୁମା ମଣ୍ତଳି ପରିଚାଳନାରେ ସହଯୋଗ କରିଥିଲେ। ଅତିଥି ମାନଙ୍କ ଦ୍ବାରା କୃତି ଭାଇ ଭଉଣୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

error: Content is protected !!