ପଦ୍ମପୁର – ଲାଲବାହାଦୁର ଶାସ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ରାଜବୋଡାସମ୍ବର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସରୋଜ ପ୍ରସାଦ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ @୪୨୦୦/-ଏଣ୍ଟ୍ରି ଲେବେଲ ଗ୍ରେଡ଼ ପେ, ଶିକ୍ଷା ସହାୟକ ସମୟର ୬ ବର୍ଷ ହିସାବକୁ ନେଇ ନୋଶନାଲ ଇନ୍କ୍ରିମେଣ୍ଟ ପ୍ରଦାନ ସହ ଏମ.ଏ.ସି. ପିରେ ଉକ୍ତ ବର୍ଷ ଗୁଡିକୁ ଯୋଡି ଆର୍ଥିକ ସୁବିଧା ପ୍ରଦାନ । ଭିତ୍ତି ଭୂମି ନଥାଇ ୟୁ.ଏ.ଏସ ପୋର୍ଟାଲର ବ୍ୟବହାରକୁ ସରକାରଙ୍କର ଶିକ୍ଷକ ମାରଣ ନୀତିର ତୀବ୍ର ବିରୋଧ ହୋଇଥିଲା ।

ଯଦି ସରକାର ୟୁ ଏ.ଏସ ଲାଗୁ କରିବାକୁ ବାଧ୍ୟ କରନ୍ତି ଅପହଞ୍ଚ ଇଲାକାରେ ନେଟୱାର୍କ ସମସ୍ୟାର ସମାଧାନ କରନ୍ତୁ । ପ୍ରତ୍ୟେକ ଶିକ୍ଷକଙ୍କୁ ଟାବଲେଟ ପ୍ରଦାନ କରନ୍ତୁ । ମାସିକ ଡାଟା ପେକ ଖର୍ଚ୍ଚ ଦିଆଯାଉ ଅନ୍ୟଥା ଜବରଦସ୍ତ ଚାପ ପ୍ରୟୋଗ କଲେ ମହଙ୍ଗା ପଡିବ ବୋଲି ଚେତାବନୀ ଦେବାକୁ ଆସିଥିବା ପ୍ରସ୍ତାବ ଗୁଡିକୁ ଆଲୋଚନା କରାଯାଇ ବ୍ଲକ ଶିକ୍ଷାଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ ସ୍କୁଲ ଓ ଗଣଶିକ୍ଷା ସଚିବଙ୍କୁ ଦାବିପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ନିଆଗଲା ।

ବୈଠକରେ ରଘୁନାଥ ପୁରୀ, ସମ୍ପାଦକ ରୂପକ ସାହୁ, ଶେଷଦେବ ସାହୁ ପ୍ରମୁଖ ଉଦବୋଧନ ଦେଇଥିଲେ । କୋଷlଧ୍ୟକ୍ଷ ବୀରକିଶୋର ସାହୁ ସଂଗଠନର ହିସାବ ବିବରଣୀ ପାଠ କରିଥିଲେ । ଶିକ୍ଷକ ପ୍ରେମସାଗର ପ୍ରଧାନ, ରତ୍ନାକର ଶତପଥି, ପ୍ରଦୀପ ସାହୁ, ସୁମନ୍ତ ସାହୁ, ଭ୍ରମର ପ୍ରଧାନ, ନାରାୟଣ ପାଣ୍ଡେ ଅଞ୍ଜଳି ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ଶାନ୍ତନୁ ସରାଫ ଧନ୍ୟବାଦ ପ୍ରଦାନ କରିଥିଲେ ।



