Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିପ୍ରସିଦ୍ଧ ନୃସିଂହନାଥ ବୈଶାଖ ମେଳା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ ।

ପ୍ରସିଦ୍ଧ ନୃସିଂହନାଥ ବୈଶାଖ ମେଳା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ ।

ପାଇକମାଳ – ଶ୍ରୀ ଶ୍ରୀ ନୃସିଂହନାଥ ପ୍ରସିଦ୍ଧ ବୈଶାଖ ମେଳାର ତୃତୀୟ ଦିନ ମଙ୍ଗଳବାର ସନ୍ଧ୍ୟାରେ ସାଂସ୍କୃତିକ କର୍ଯ୍ୟକ୍ରମର ଶୁଭ ଆରମ୍ଭ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୁନାଲ ମୋତିଲାଲ ଚୌହାନ, ସମ୍ମାନିତ ଅତିଥି ମନ୍ଦିର ଟ୍ରଷ୍ଟି ତଥା ପାଇକମାଳ ବିଡିଓ ପ୍ରଫୁଲ କୁମାର ଓଦୁ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଓ ବୈଶାଖ ମେଳା କମିଟିର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ । ମେଳା କମିଟିର ସଦସ୍ୟ ସୁଶାନ୍ତ ମିଶ୍ର ଉଦଘାଟନୀ ସଭାକୁ ପରିଚାଳନା କରିଥିଲେ ।

ପ୍ରାରମ୍ଭରେ ମାଲେଶ୍ରୀ, ଡାଲଖାଇ, ରସରକେଲି, କରମା, ଆଦିବାସି ଆଦି ନୃତ୍ୟ ଗୀତରେ ଦୁଲୁକି ଉଠିଥିଲା ବସଷ୍ଟାଣ୍ଡ ନିକଟସ୍ଥ ବିନ୍ଧ୍ୟବାସିନୀ ମଣ୍ଡପ । ବରଗଡ ଲେବିଡିର ଚଟଣୀ ମାଷ୍ଟର ଗୌରଚରଣ ସା ଓ ସାଥୀ କଳାକାର ରଞ୍ଜିତ ସାହୁଙ୍କ ନୃତ୍ୟ ଦଳ ବିଭିନ୍ନ ଲୋକନୃତ୍ୟ ପରିବେଷଣ କରିଥିଲେ । ସମଗ୍ର ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମି ଉଠିଥିଲେ ଦର୍ଶକ । ସେହିପରି ହନୁମାନ ବାଟିକା ନିକଟସ୍ଥ ମାର୍ଜାର କେଶରୀ ମଣ୍ଡପରେ ସାରମ୍ ସିଲି, କୁଲାଣ୍ଡି ଆଦି ମହିଳା ସଙ୍କୀର୍ତ୍ତନ ଦଳର ବୈଠକି ସମେତ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଅନୁରୂପ ଭାବରେ ଯଜ୍ଞ ମଣ୍ତପରେ ମଧ୍ୟ ନୀତି ନିଷ୍ଠାର ସହିତ ଆଜି ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଯଜ୍ଞ ମଣ୍ତପରେ ୧୧ଜଣ ଦକ୍ଷ ପଣ୍ତିତଙ୍କୁ ନେଇ ବିଶ୍ଵଶାନ୍ତି ମହାଯଜ୍ଞ ପୀଠ ରେ ଚାଲିଛି ପୁଜା ପାଠ ସହ ହୋମ ଯଜ୍ଞ । ଆଜି ପଣ୍ଡିତ ମାନେ ୩୫୪୦୦ ନୃସିଂହବୀଜ ମନ୍ତ୍ର ଜପ ସହ ୩ଦିନ ଧରି ମୋଟ ୯୨୩୦୦ ନୃସିଂହବୀଜ ମନ୍ତ୍ର ଜପ କରିଛନ୍ତି । ଏଥିସହ ମଣ୍ଡପରେ ବ୍ର|ହ୍ମଣ ପୂଜନ, ସୂର୍ଯ୍ୟ ପୁଜା, ତୋରଣ ପୁଜା, ବାସ୍ତୁ ପୁଜା ପ୍ରଭୃତି ହୋଇ ଥିବା ବେଳେ ୩୫୦୦, ଆହୁତି ପ୍ରଦାନ କରା ଯାଇଛି ବୋଲି ପଣ୍ଡିତ ଡିଗ୍ରୀଧର ଦେବତା ଜଣାଇଛନ୍ତି ।

error: Content is protected !!