Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିପ୍ରଧାନ ଶିକ୍ଷକଙ୍କ ନବମ ମାସିକ ବୈଠକ‌ ଅନୁଷ୍ଠିତ।

ପ୍ରଧାନ ଶିକ୍ଷକଙ୍କ ନବମ ମାସିକ ବୈଠକ‌ ଅନୁଷ୍ଠିତ।

ଗାଇସିଲେଟ – ଓସେପା ଏବଂ ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶାନୁସାରେ ଗାଇସିଲେଟ ବ୍ଳକ ସ୍ତରୀୟ ମାଧ୍ୟମିକ ପ୍ରଧାନ ଶିକ୍ଷକଙ୍କ ନବମ ମାସିକ ବୈଠକ ଆଜି ନେତାଜୀ ଉଚ୍ଚ ବିଦ୍ୟାଳୟ କଟାବାହାଲ ଠାରେ ଅନୁଷ୍ଠିତ ହୋଇଯାଇଅଛି। ବିଇଓ ରାମଲାଲ ବରିହା , ଏବିଇଓ ନେହେରୁ ଦାଶ ଓ ଏବିଇଓ ଜୟକୁମାର ସାହୁଙ୍କ ତତ୍ତ୍ଵାବଧାନରେ ପରିଚାଳିତ ଏହି ବୈଠକରେ ସାଧନ କର୍ମୀ ଭାବେ ପ୍ରଫୁଲ୍ଲ ଦଣ୍ଡସେନା ଓ ପ୍ରଶାନ୍ତ ହୋତା ଯୋଗଦାନ କରିଥିଲେ। ଆଜିକାର ଏହି ବୈଠକରେ ୟୁଡାଇସ୍ , ବିଭିନ୍ନ ଆକାଂକ୍ଷୀ କ୍ଳବ୍, ଉତ୍କର୍ଷ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଆଦି ବିଷୟରେ ସବିଶେଷ ଆଲେଚନା ହୋଇଥିଲା।

ପ୍ରଧାନ ଶିକ୍ଷକ ମାନେ ଆୟୋଜକ ବିଦ୍ୟାଳୟର ସ୍ମାର୍ଟ୍ କ୍ଲାସ୍, ଇ ଲାଇବ୍ରେରୀ, ବିଜ୍ଞାନାଗାର , ପାନୀୟ ଜଳ,ଟୟଲେଟ୍ ଆଦି ପାଞ୍ଚଟି ବିଷୟରେ ଅନୁଧ୍ୟାନ କରି ନିଜ ନିଜ ମନ୍ତବ୍ୟ ପ୍ରଦାନ କରିଥିଲେ। ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଦର୍ଶନ ବାରିକ ସ୍ଵାଗତ ସମ୍ବର୍ଦ୍ଧନା ଦେଇ ଥିବାବେଳେ ଶିକ୍ଷକ ନବୀନ ଚନ୍ଦ୍ର ବରିହା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ପ୍ରାରମ୍ଭିକ ଓ ଉଦଯାପନୀ ସଂଗୀତ ଗାନ କରାଯାଇଥିଲା। ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମଧୁସୂଦନ ଦେବତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉଦଯାପନୀ ସଭାକୁ ଆୟୋଜକ ବିଦ୍ୟାଳୟର ପ୍ରାକ୍ତନ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରଭାନୁ ବଢେଇ ଯୋଗଦାନ କରି ପ୍ରଧାନ ଶିକ୍ଷକମାନଙ୍କୁ ନିଜର ଅଭିଜ୍ଞତା ବାଣ୍ଟିଥିଲେ ।

ବ୍ଳକର ସମସ୍ତ ୨୩ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନେ ଯୋଗଦାନ କରିଥିବା ଏହି ବୈଠକରେ ରାଜକୁମାର ଉନ୍ନିତ ଉଚ୍ଚବିଦ୍ୟାଳୟ ବୁରୋମୁଣ୍ଡାର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ବେହେରା ପ୍ରଧାନ ଶିକ୍ଷକମାନଙ୍କ ତରଫରୁ ଆୟୋଜକ ବିଦ୍ୟାଳୟକୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଆୟୋଜକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିପିନ କୁମାର ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!