Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିପ୍ରଧାନ ଶିକ୍ଷକଙ୍କ ଅବସର କାଲିନ ବିଦାୟ ସମ୍ବର୍ଦ୍ଧନା ।

ପ୍ରଧାନ ଶିକ୍ଷକଙ୍କ ଅବସର କାଲିନ ବିଦାୟ ସମ୍ବର୍ଦ୍ଧନା ।

ଝାରବନ୍ଧ(କୌଶିକ ସାହୁ)- ବରଗଡ଼ ଜିଲ୍ଲା ଝାରଵନ୍ଧ ବ୍ଲକ ଅନ୍ତର୍ଗତ ବେହେରା ଡ଼ୁବୁରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୌକିଲାଲ ନାଏକ ଙ୍କ‌ ଅବସର କାଲିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀ ବସୁଦେବ ପୋଢ ଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।

ମୁଖ୍ୟ ଅତିଥି ରୂପେ ଏବିଇଓ ଶ୍ରୀ ବିଶିକେସନ ଶତପଥି ସମ୍ମାନିତ ଅତିଥି ରୂପେ ଏବିଇଓ ଶ୍ରୀ ମହେନ୍ଦ୍ର ପ୍ରଧାନ , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଥବିର ଚରଣ ରାଉତରାୟ, ମୁଖ୍ୟ ବକ୍ତା ରୁପେ ଶ୍ରୀ ହରିହର ସାହୁ ଯୋଗ ଦେଇବା ଥିବା ଵେଲେ ମଞ୍ଚପରିଚାଲନା କରିଥିଲେ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ କ୍ଷୀରୋଦ ଚନ୍ଦ୍ର ମହାନନ୍ଦ ଓ ଶିକ୍ଷକ ଶ୍ରୀ ସୁରେଶ କୁମାର ମେହେର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଅବସର କାଲିନ ସମ୍ବର୍ଦ୍ଧନା ସମାରୋହ ରେ ନିଲଜିପତ୍ରା କଷ୍ଟର ତଥା ବ୍ଳକ ର ବହୁ ଶିକ୍ଷକ, ଗ୍ରାମ ର ଭଦ୍ର ବ୍ୟକ୍ତି ଏଵଂ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇ ବିଦାୟୀ ଶିକ୍ଷକ ଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟ ଶିକ୍ଷକ ଶ୍ରୀ ସୁରେନ୍ଦ୍ର ବରିହା, ଗ୍ରାମର ଅଜୟ ପ୍ରଧାନ, ଅକ୍ଷୟ ପ୍ରଧାନ, ଲୋକେଶ ଭୋଇ,ପଦ୍ମନ ସାହୁ, ଲକ୍ଷ୍ମୀ ଖରଶାଲ,ଉପମା ପ୍ରଧାନ ବିବସ୍ୱ ଭୋଇ, ମହେନ୍ଦ୍ର ପ୍ରଧାନ, ସୁର୍ଯ୍ୟ କୁମାର ପ୍ରଧାନ, କାର୍ତ୍ତିକ ପ୍ରଧାନ, ଶାନ୍ତି ଲାଲ ପ୍ରଧାନ,ପରସ ରାମ ପ୍ରଧାନ,ଟିକସ ବରିହା ପ୍ରମୁଖ ସହଯୋଗ କରିଥିଲେ।

error: Content is protected !!