Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ।

ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ।

ବରଗଡ- ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଳକ ଅନ୍ତର୍ଗତ ଭଟିଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାମମିଷ୍ଟର ସାହୁଙ୍କୁ ଆଜି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। କୁଳଦୀପ ସାହୁଙ୍କ ସଭାପତିତ୍ବରେ ଉକ୍ତ ସଭାରେ ବିଜେପୁର ଗୋଷ୍ଠୀ ଶିକ୍ଷାଧିକାରୀ ସୁରେଶ ରାଉତରାୟ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଏବିଇଓ ଦିବାକର ବରିହା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ସିଆରସିସି ତ୍ରିନାଥ ସେଠ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ଥିଲେ। ସହକାରୀ ଶିକ୍ଷକ ଲଲିତ ମହାନନ୍ଦ ମଞ୍ଚପରିଚାଲନା କରିଥିବା ବେଳେ ରୁପେଶ ପ୍ରଧାନ ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ।

ଅନ୍ଯ ମାନଙ୍କ ମଧ୍ୟରେ ସୁଦାମା ପଧାନ,ଲମ୍ବୋଦର ଭୋଇ,ନିଲାଚଲ ସାହୁ,କିଶୋର ସାହୁ ଙ୍କ ସମେତ ସ୍କୁଲ ପରିଚାଳନା କମିଟି ର ସଦସ୍ୟ ମାନେ ଉପସ୍ଥିତ ଥିଲେ। ପ୍ରଧାନ ଶିକ୍ଷକ ସୁନନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଅତିଥି ବିଦାୟୀ ପ୍ରଧାନ ଶିକ୍ଷକ ଙ୍କୁ ଉପଢୌକନ ମାନପତ୍ର ପ୍ରଦାନ କରି ଥିଲେ। ମହିଳା ସଂକୀର୍ତ୍ତନ ରେ ଗାଁ ପରିକ୍ରମା କରି ବିଦାୟୀ ଶିକ୍ଷକଙ୍କୁ ବିଦାୟ ଦେଇଥିଲେ।

error: Content is protected !!