Sunday, March 8, 2026
Homeରାଜ୍ୟପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ।

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ।

ପଦ୍ମପୁର– ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଡୁଙ୍ଗୁରିପାଲି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଅଭିମନୁ୍ୟ ସାହୁଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଦୟାସାଗର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ପାଇକମାଲ ସହକାରୀ ଗୋଷ୍ଠି ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର ଓ ଡୋଳେନ୍ଦ୍ର ବାରିକ ଏବଂ ମୁଖ୍ୟ ବକ୍ତା ଗିରିଶ ଚନ୍ଦ୍ର ନାୟକ, ସମ୍ମାନୀତ ଅତିଥି ପରିଚାଳନା କମିଟୀ ସଭାପତି ଗୋଲାପ ପାଣ୍ଡେ, ବିଶ୍ୱନାଥ ବେହେରା, କୁବେର ଦାଶ ଓ କେଦାରନାଥ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

ଡୁଙ୍ଗୁରିପାଲି ଗ୍ରାମର ସଂକିର୍ତନ ଦଳଙ୍କ ଦ୍ୱାରା ଭଜନ ସମାରୋହରେ ବିଦାୟୀ ପ୍ରଧାନ ଶିକ୍ଷକଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା ଏବଂ ତାଙ୍କ ବାସସ୍ଥାନ ପୁରେନା ଗ୍ରାମରେ ମଧ୍ୟ ଶୋଭାଯାତ୍ରା କରାଯାଇଥିଲା । ଏହି ଉତ୍ସବକୁ ସଫଳ କରିବା ପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ବିମଳ ପାଣିଗ୍ରାହି, ରଜତ ମିଶ୍ର, ଝସକେତନ ମେହେର, ମମତା ନାଗ, ପଦ୍ମାବତୀ ରଣା, ନୀଳାଦ୍ରି ବାଗ, କସ୍ତୁରୀ ଭୋଇ, ଜୟପ୍ରକାଶ ରଣା, ମାଧୁରୀ ମୁଣ୍ଡା, ମାଧବୀ ନାୟକ, ଲତା ସାହୁ, ଡୋଳାମଣି ଦୀପ ଓ ରାଜକୁମାର ସାହୁ ଏବଂ ବିଦ୍ୟାଳୟ ପରିଚାଳନା କମିଟୀର ବାବୁଲୁ ନାୟକ, ସାଧୁ ସୁନା ପ୍ରମୁଖ ବିଶେଷ ସହଯୋଗ କରିଥିଲେ ଏବଂ ପରିଶେଷରେ ବିଜୟା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!