ବରପାଲି-ବରପାଲି ଓଡ଼ିଆପଡା ପ୍ରଧାନ କ୍ରାଫ୍ଟୋ ପାର୍କ ପରିସରରେ ଆୟୋଜିତ ଶିଶୁ ତାଲିମ ଶିବିର ଉଦଯାପନୀ ଉତ୍ସବ ପାଳିତ ହୋଇଯାଇଛି। ଶନିବାର ପୁର୍ବାହ୍ନରେ ଅଧ୍ୟକ୍ଷା ସୁଶ୍ରୀ ବନ୍ଦିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ କାର୍ଯ୍ଯକ୍ରମ ସଂଚାଳିତ ହୋଇଥିଲା। ମୂଖ୍ଯଅତିଥି ଭାବରେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରିତା ସାହୁ ଯୋଗ ଦେଇ ଶିଶୁ ଶିଳ୍ପିକାର ଓ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ପନ୍ଦର ଦିବସୀୟ ତାଲିମ ଶିବିରର ଉଦଯାପନୀ ପର୍ବରେ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ଓ ପ୍ରମାଣପତ୍ର ବିତରଣ କରାଯାଇଥିଲା। ସମ୍ମାନିତ ଅତିଥି ଭାବେ ନାଟ୍ୟ ନିର୍ଦୈଶକ ଧର୍ମରାଜ ସିଂ ବରିହା ଯୋଗ ଦେଇ କୁନି କୁନି ପ୍ରଶିକ୍ଷାର୍ଥୀ ମାନଙ୍କୁ ପ୍ରୋତ୍ସାହନ ଯୋଗାଇଥିଲେ।
ଏହି ଅବସରରେ ମନ୍ତ୍ରୀ ରିତା ସାହୁ କୁନିକୁନି ଶିଶୁ ମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ କାରୁକାର୍ଯ୍ଯ ଓ ଶିଳ୍ପକଳାର କାର୍ଯ୍ଯଶୈଳି ଉପରେ ଉତ୍ସାହପୁର୍ଣ୍ଣ ବାର୍ତ୍ତା ପ୍ରଦାନ କରିବା ଆଗାମି ଭବିଷ୍ଯତ ଉଜ୍ବଳମୟ ହେଉ ବୋଲି ଶୂଭାଶିଷ ପ୍ରଦାନ କରିଥିଲେ। ଏହି ଅବସରରେ ପ୍ରଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ଯମରେ ନାଟକ ସହ ନାଚ ଗିତର ଆସର ପ୍ରସ୍ତୁତ ହୋଇଥିଲା। ଗତ ପନ୍ଦରଦିନ ପରିଚାଲିତ ତାଲିମ୍ ଶିବିରରେ ମାଷ୍ଟର ଟ୍ରେନର ଭାବେ ବନ୍ଦିତା ପ୍ରଧାନଙ୍କ ତତ୍ବାଧାନରେ ବନ୍ଦିତା ପ୍ରଧାନ,ନନ୍ଦିତା ପ୍ରଧାନ,ମାନସ ଦାଶ ଏବଂ ଧର୍ମରାଜ ସିଂ ବରିହା ବିଭିନ୍ନ ଦିବସରେ ଶିଶୁ ଶିକ୍ଷାର୍ଥି ମାନଙ୍କୁ ନୃତ୍ୟ, ସଙ୍ଗୀତ,ଡ୍ରାମା, ଯୋଗ,ପ୍ରାଣାୟାମ , ରଙ୍ଗୋଳି,କ୍ରାଫ୍ଟ, ଡ୍ରଇଂ,ପେଣ୍ଟିଂ,ଆଚାର ବ୍ଯବହାର ସମ୍ପର୍କୀତ ବିଷୟ ଉପରେ ତାଲିମ ଦିଆଯାଇଥିଲା। ପରିଚାଳନାରେ ସଙ୍ଘମିତ୍ରା ପ୍ରଧାନ ସହଯୋଗ କରିଥିବା ବେଳେ ନନ୍ଦିତା ଧନ୍ୟବାଦ୍ ଅର୍ପଣ କରିଥିଲେ I