ପଦ୍ମପୁର- ପଦ୍ମପୁର ସହରର ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ପ୍ରଥମ ପଦ୍ମପୁର ପ୍ରିମିୟର ଲିଗ ମହାସମାରୋହରେ ଉଦଯାପିତ ହୋଇଯାଇଛି। ଟାଉନ କ୍ଳବ ପଦ୍ମପୁର ତରଫରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ଆଠ ଗୋଟି ଦଳ ଭିତରେ ଖେଳା ହେଉଥିଲା ଏହି ପ୍ରିମିୟର ଲିଗ ତିନି ଦିନ ଧରି ହୋଇଥିବା ବେଳେ ଫାଇନାଲ ମ୍ୟାଚରେ ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିଭୁତି ଭୂଷଣ ଭୋଇ ଏବଂ ଟାଉନ କ୍ଳବ ସଭାପତି ପ୍ରିତେଶ କୁମାର ବହିଦାର ଅତିଥି ଭାବରେ ଓ କ୍ଲବର ଉପ-ସଭାପତି ଅଶୋକ ମିଶ୍ର, ସମ୍ପାଦକ କୁନାଲ ପାଣିଗ୍ରାହୀ, ନରେଶ ସୁନ୍ଦର ସାହୁ, ଆଦିତ୍ୟ ରଥ, ନାରାୟଣ ପୁରୋହିତ,ସୁବାସ ପାତ୍ର,ରାଜେଶ ଗୁର୍ଲ୍ଲା, ନରୋତ୍ତମ ପ୍ରଧାନ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ।

ଅଞ୍ଚଳର ଖେଳାଳି ମାନେ ଏହି ପ୍ରକାର ଆୟୋଜନ ଦ୍ୱାରା ଉତ୍ସାହିତ ଏବଂ ନୂତନ ଖେଳାଳିଙ୍କୁ ଆକୃଷ୍ଟ କରିବାର ପ୍ରୟାସ ଉଚ୍ଚସ୍ତରର ହୋଇଛି ବୋଲି ଅତିଥି ବିଭୁତି ଭୂଷଣ ଭୋଇ ଉଦ୍ୟୋକ୍ତାଙ୍କୁ ସାଧୁବାଦ ଜଣାଇଥିଲେ। ଫାଇନାଲ ମ୍ୟାଚରେ ଶେଖ ଫାଇଟର୍ସ ଦଳ ଏବଂ ସମଲେଶ୍ୱରୀ ଲାୟନ୍ସ ଦଳ ଭିତରେ ଖେଳ ହୋଇଥିବା ବେଳେ ଶେଖ ଫାଇଟର୍ସ ଦଳ ଚମ୍ପିୟାନ ହୋଇଥିଲେ। ତେବେ ହୋଇଥିବା ଦୁଇଟି ଯାକ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ମଧ୍ୟ ତିନୋଟି ଯାକ ମ୍ୟାଚ ସମସ୍ତ ଦଳ ଲିଗ ମ୍ୟାଚ ମାନଙ୍କ ରେ ଖୁବ ସୁନ୍ଦର ପ୍ରଦର୍ଶନ କରିଥିବା ବେଳେ ଖେଳା ଯାଇଥିବା ଦୁଇଟି ଯାକ ସେମିଫାଇନାଲ ମ୍ୟାଚ ଏବଂ ଫାଇନାଲ ମ୍ୟାଚ ବେସ ରୋମାଞ୍ଚକର ହୋଇଥିବା କ୍ରୀଡା ପ୍ରେମୀ ଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।

କୁମାର ଆନନ୍ଦ ମ୍ୟାଚ ଗୁଡ଼ିକର ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଅଭିନାଶ ସିଧାପ୍ରସାରଣ ପରିଚାଳନା କରିଥିଲେ l ଟାଉନ କ୍ଲବର ଅଖିଳ ପଟ୍ଟନାୟକ,ଦୀନେଶ ବାରିକ,ସୁରଜ ସୁନା,ସୋମେଶ ମହାନ୍ତି,ସୁରେଶ ସାହୁ,ସୋମ୍ୟରଞ୍ଜନ ମହାନ୍ତି,ଅନିଲ ଗୁର୍ଲ୍ଲା,ଶୁଭମ ବେହେରା, ରାହୁଲ ତାଣ୍ଡି, ରିତୁ ସାହୁ, ସୁରେନ୍ଦ୍ର ଲୁହାର, ଛୋଟୁ ପଟେଲ, ସୌରଭ ବନଛୋର, ଆୟୁଷ, ଆଦେଶ ସାହୁ, ବିନୀତ ପାତ୍ର,ରବୀନ ମେହେର, ହରେଶ ଷଣ୍ଢ ପରିଚାଳନାରେ ସହଯୋଗ କରିଥିଲେ ।

