
ବାଉଁଶୁଣୀ(ଉମାକାନ୍ତ ମହାକୁଳ)-ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ୟଙ୍ଗ ଷ୍ଟାର କ୍ରିକେଟ କ୍ଲବ ଦ୍ୱାରା ଆୟୋଜିତ ପ୍ରଥମ ଅରୁଣ ଗିରି ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଛି। ଫାଇନାଲ ମ୍ୟାଚ ମନମୁଣ୍ଡା ଓ ବାଲିଜୁରୀ (ସୁବର୍ଣ୍ଣପୁର) ଦଳ ମଧ୍ୟରେ ତିନୋଟି ଫର୍ମାଟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଫର୍ମାଟର ୧୦ ଓଭର ବିଶିଷ୍ଠ ମ୍ୟାଚରେ ମନମୁଣ୍ଡା ପ୍ରଥମେ ବ୍ୟାଟିଂ କରି ୫ ଉଇକେଟ ହରାଇ ଅଂଶୁମାନଙ୍କ ଅପରାଜିତ ୧୦୬ ରନର ଶତକୀୟ ଇନିଂସ ବଳରେ ୧୨୯ ରନ କରିଥିଲା। ଜବାବରେ ବାଲଜୁରୀ ଦଳ ସମସ୍ତ ଉଇକେଟ ହରାଇ ୮୬ ରନ ସଂଗ୍ରହ କରି ୪୨ ରନରେ ପରାସ୍ତ ହୋଇଥିଲା। ଦ୍ଵିତୀୟ ଫର୍ମାଟର ୬ ଓଭର ବିଶିଷ୍ଠ ମ୍ୟାଚରେ ବାଲଜୁରୀ ଦଳ ୪ ଉଇକେଟରେ ୮୯ ରନ କରିଥିଲେ ଜବାବରେ ମନମୁଣ୍ଡା ଦଳ ୬ ଓଭରରେ ୬ ଉଇକେଟ ହରାଇ ୭୧ ରନ କରି ମନମୁଣ୍ଡା ୧୬ ରନରେ ପରାସ୍ତ ହେବାରୁ ତୃତୀୟ ଫର୍ମାଟର ଗୋଟିଏ ଓଭର ବିଶିଷ୍ଟ ଖେଳରେ ବାଲଜୁରୀ ପ୍ରଥମେ ବ୍ୟାଟିଂ କରି ମାତ୍ର ୮ ରନ କରିଥିଲା।

ଜବାବରେ ମନମୁଣ୍ଡା ଦଳ ୪ ଟି ବଲରେ ଆବଶ୍ୟକ ରନ ସଂଗ୍ରହ କରି ଦୁଇଟି ଫର୍ମାଟରେ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା। ଖେଳକୁ ଆମ୍ପାୟାର ଭାବେ ଗୌରୀ ଶଙ୍କର ମିଶ୍ର, ଆଲୋକ ମିଶ୍ର, ସଦାନନ୍ଦ ସାହୁ, ଆକାଶ ପ୍ରଧାନ ପରିଚାଳନା କରିଥିଲେ। ଶିକ୍ଷକ ଗୋବିନ୍ଦ ମହାକୁଡ଼ ସ୍କୋରର ଦାୟିତ୍ୱ ତୁଲାଇଥିବା ବେଳେ ଶିକ୍ଷକ ବିବେକାନନ୍ଦ ମହାକୁଡ଼ ଧାରାବିବରଣୀ ପ୍ରଦାନ କରିଥିଲେ। ଉଦଯାପନୀ ଉତ୍ସବରେ ରୁଣ୍ଡିମହୁଲ ପ୍ରାଥମିକ କୃଷି ସମବାୟ ସମିତି ସଭାପତି ସୁଧୀର ଖଟୁଆ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ବ୍ଲକ କୃଷି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମଲିକ, ଆଇନଜୀବୀ ରାଧାବଲ୍ଲଭ ପ୍ରଧାନ, ପୂର୍ବତନ ସମିତି ସଭ୍ୟ ଲବ ପ୍ରଧାନ, ବିଜେଡି ନେତା କୁନ୍ଦନ ଦନ୍ତା, ସନ୍ତୋଷ ଦନ୍ତା, ଶିକ୍ଷକ ଅଜିତ ଗିରି, ଜିଲ୍ଲା କ୍ରିକେଟ ସଙ୍ଘ ସଦସ୍ୟ ରାମଚନ୍ଦ୍ର ମଲ୍ଲିକ,

କ୍ରିକେଟ ପ୍ରେମୀ ଆର୍ତ୍ତ ନାଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜେତା ମନମୁଣ୍ଡା ଦଳକୁ ନଗଦ ୩୦ ହଜାର ଟଙ୍କା ସହ ଟ୍ରଫି ଓ ଉପବିଜେତା ବାଲଜୁରୀ ଦଳକୁ ୨୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ। ମନମୁଣ୍ଡା ଦଳର ଖେଳାଳୀ ରିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ତାପସ ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଥିଲେ। ସେହିପରି ଦିଲେଶ୍ଵର ରଣାଙ୍କୁ ଶ୍ରେଷ୍ଠ ସ୍ବେଚ୍ଛାସେବୀ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ବିତରଣୀ ଉତ୍ସବକୁ ବିବେକାନନ୍ଦ ମହାକୁଡ଼ ପରିଚାଳନା କରିଥିଲେ। କ୍ଲବର ଡ଼ିକି ପ୍ରହରାଜ, ମୁନା ସାହୁ, ପ୍ରଶାନ୍ତ ପ୍ରଧାନ, ମନୋଜ କୁମାର ଦନ୍ତା, ଦିଲେଶ୍ୱର ରଣା, ସୁବ୍ରତ ପ୍ରଧାନ, ମଳୟ ସାହୁ, କଳାକାର ଦଳବେହେରା, ବୀରେନ୍ଦ୍ର ପ୍ରଧାନ, ରାଜିନ୍ଦ୍ର ମହାକୁଡ଼ଙ୍କ ଓ ସମସ୍ତ ସଦସ୍ୟ ଖେଳ ପରିଚାଳନାରେ ସହଯୋଗ କରିଥିଲେ।



