ଗାଇସିଲେଟ-ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପରମାନନ୍ଦପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲିବା ପୂର୍ବରୁ ଗତକାଲି ବିଦ୍ୟାଳୟରେ ତାଲା ପକାଇ ଦେଇଥିଲେ ଗ୍ରାମବାସୀ । ପ୍ରଥମ ରୁ ଅଷ୍ଟମ ପର୍ଯ୍ୟନ୍ତ ଆଠଟି ଶ୍ରେଣୀ ରହିଥିବା ଏହି ବିଦ୍ୟାଳୟରେ ୫୩ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ପାଠ ପଢାଇବା କୁ ଅଛନ୍ତି ମାତ୍ର ୨ ଜଣ ଶିକ୍ଷକ । ତେବେ ଆଠ ଗୋଟି ଶ୍ରେଣି କୁ ଶିକ୍ଷକ ନ ଥିବାରୁ ଗୋଟିଏ ଶ୍ରେଣି ଗୃହରେ ଦୁଇରୁ ତିନୋଟି ଶ୍ରେଣିର ପିଲା ବସିବାକୁ ବାଧ୍ୟ ହେଉଛନ୍ତି ।
ଜଣେ ଶିକ୍ଷକ ଦୁଇଟି ଶ୍ରେଣୀରେ ଏକା ସମୟରେ ପାଠ ପଢାଉଛନ୍ତି ।ଏନେଇ ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି ଗାଇସିଲେଟ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ନିକଟରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରାମଲାଲ ବରିହା କର୍ଣ୍ଣପାତ ନ କରିବାରୁ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ମାନେ ସ୍କୁଲରେ ତାଲା ପକାଇଥିଲେ । ତେବେ ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରକାଶ ହେବା ପରେ ନିଦ ଭାଙ୍ଗିଥିଲା ଶିକ୍ଷା ବିଭାଗର ।
ଆଜି ୩ ଟା ସମୟରେ ଗାଇସିଲେଟ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରି ଶ୍ରୀଯୁକ୍ତ ନେହେରୁ ଦାଶ ଓ ଜୟକୁମାର ସାହୁ ବିଦ୍ୟାଳୟରେ ପହଞ୍ଚି ଜଣେ ଶିକ୍ଷକଙ୍କୁ ସ୍ଥାୟୀ ଭାବରେ ନିଯୁକ୍ତି ଦେଇ ଗ୍ରାମବାସୀଙ୍କୁ ଅନେକ ସମୟ ବୁଝା ସୁଝା କଲା ପରେ ସ୍କୁଲର ତାଲା ଖୋଲିଥିଲେ ଗ୍ରାମବାସୀ । ତେବେ ଆବଶ୍ୟକ ଅନୁଯାଇ ଆଉ ଜଣେ ଶିକ୍ଷକ ଯୋଗାଇ ଦେବା ପାଇଁ ଅନୁରୋଧ କରିଥିବା ବେଳେ ଅଧିକାରୀଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ଅଭିଭାବକ ।