Saturday, November 23, 2024
spot_imgspot_imgspot_img
Homeରାଜନୀତିପ୍ରଜାତନ୍ତ୍ରରେ ଭୋଟ୍ ସବୁଠାରୁ ପ୍ରଭାବଶାଳୀ - ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଜାତନ୍ତ୍ରରେ ଭୋଟ୍ ସବୁଠାରୁ ପ୍ରଭାବଶାଳୀ – ଧର୍ମେନ୍ଦ୍ର ପ୍ରଧାନ ।

ଭୁବନେଶ୍ୱରରେ ଭୋଟ୍ ଦେଲେ କେନ୍ଦ୍ରମନ୍ତ୍ରୀ ।

• ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ କ୍ୟାମ୍ପସ-୨ରେ ବୁଥ୍ ନଂ ୫୯ରେ ମତଦାନ ସାବ୍ୟସ୍ତ କଲେ କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ଧର୍ମପତ୍ନୀ ମ୍ରିଦୁଳା ଟି ପ୍ରଧାନ
• ଗଣତନ୍ତ୍ରକୁ ମଜବୁତ୍ କରିବା ପାଇଁ ଅଧିକ ସଂଖ୍ୟାରେ ଭୋଟ କରିବାକୁ କଲେ ନିବେଦନ
• ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ବେଶ୍ ଆନନ୍ଦିତ ବୋଲି କହିଲେ
• ଲୋକମାନେ ପରିବର୍ତ୍ତନ ମୁହାଁ, ଓଡ଼ିଶା ଏବଂ ଦେଶରେ ବିଜେପିର ସରକାର ହେବ
• ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀ ମନ୍ଦିରରେ ଦର୍ଶନ କଲେ
• ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ବୁଥରୁ ବୁଥ ବୁଲି ଜନସାଧାରଣ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଭେଟିଲେ

ଭୁବନେଶ୍ୱର–ଓଡ଼ିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ମ୍ରିଦୁଳା ଟି ପ୍ରଧାନ ୨୦୨୪ ଲୋକସଭା ଓ ବିଧାନସଭା ଆସନ ପାଇଁ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଭୁବନେଶ୍ୱର ଉତ୍ତର ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ କ୍ୟାମ୍ପସ-୨ରେ ବୁଥ୍ ନଂ ୫୯ରେ ଭୋଟ୍ ଦେଇଛନ୍ତି ।ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇ ମୁଁ ବେଶ୍ ଆନନ୍ଦିତ । ଭାରତର ଗଣତନ୍ତ୍ର ଦୁନିଆର ପ୍ରଭାବଶାଳୀ ଓ ପାରଦର୍ଶୀ ମଧ୍ୟ । ଲୋକତନ୍ତ୍ରରେ ପ୍ରତ୍ୟେକ ଭୋଟ୍ ଗୁରୁତ୍ୱପୂର୍ଣ୍ଣ । ପ୍ରଜାତନ୍ତ୍ରରେ ଭୋଟ୍ ଠାରୁ ପ୍ରଭାବଶାଳୀ ଆଉ କିଛି ନୁହେଁ ।

ସମ୍ବଲପୁର ଓ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ନିଜ ମତାଧିକାର ସାବ୍ୟସ୍ତ କରିବା ପାଇଁ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି । ସମସ୍ତେ ଭୋଟ୍ ଦେବା ସହ ଆମର ଗଣତନ୍ତ୍ରକୁ ଆହୁରି ସଶକ୍ତ କରନ୍ତୁ । ମହିଳା ଓ ଯୁବ ଭୋଟରଙ୍କୁ ଅଧିକ ସଂଖ୍ୟାରେ ଭୋଟ୍ ଦେବାକୁ ସେ ନିବେଦନ କରିଛନ୍ତି ।କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ଲୋକମାନେ ଆଜି ପରିବର୍ତ୍ତନ ମୁହାଁ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାହା ନିବେଦନ କରିଛନ୍ତି, ଓଡ଼ିଶାବାସୀ ତାଙ୍କ ଉପରେ ଆଶୀର୍ବାଦ କରିବେ । ଦେଶରେ ମୋଦୀଙ୍କ ନେତୃତ୍ୱରେ ତୃତୀୟ ଥର ବିଜେପିର ସରକାର ହେବ । ଓଡ଼ିଶାର ୨୧ଟି ଲୋକସଭାରୁ ୨୧ ଲୋକସଭା ବିଜେପି ଜିତିବ ।

ଓଡ଼ିଶାରେ ମଧ୍ୟ ବିଜେପି ବହୁମତ ହାସଲ ନୂଆ ସରକାର ଗଠନ କରିବ । ମୋଦୀ ସରକାରରେ ଗରିବ, ଯୁବକ, ମହିଳା, କୃଷକ, ବଞ୍ଚିତ ବର୍ଗର ଲୋକମାନଙ୍କ କଲ୍ୟାଣ ହେବ ।ଏହା ପୂର୍ବରୁ ଶ୍ରୀ ପ୍ରଧାନ ସମ୍ବଲପୁରରେ ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀ ମନ୍ଦିରରେ ପ୍ରଥମେ ଦର୍ଶନ କରିଥିଲେ । ପରେ ସମ୍ବଲପୁର ସଂସଦୀୟ କ୍ଷେତ୍ରର ବିଭିନ୍ନ ନିର୍ବାଚନମଣ୍ଡଳୀରେ ବୁଥରୁ ବୁଥ ବୁଲି ଜନସାଧାରଣ ଓ କାର୍ଯ୍ୟକର୍ତ୍ତାଙ୍କୁ ଭେଟିଥିଲେ । ସମ୍ବଲପୁର ଲୋକସଭା ଓ ବିଧାନସଭା ଆସନ ଗୁଡ଼ିକରେ ବିଜେପି ପ୍ରାର୍ଥୀ ବିଜୟୀ ହେବା ନେଇ ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

error: Content is protected !!