ପଦ୍ମପୁର-ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦିକାଳରୁ ପ୍ରକୃତି, ନଦନଦୀ, ବୃକ୍ଷଳତାକୁ ଉପାସନା କରିବାର ଧାରା ରହି ଆସିଛି । ଏହାକୁ ଉପଜୀବ୍ୟ କରି ଆଜି ସୋମବାର ପୌଷ ପୂର୍ଣିମା ତିଥି ସନ୍ଧ୍ୟା ୫ ଘଣ୍ଟା ସମୟରେ ଐତିହାସିକ ୫ମ ଅଙ୍ଗ ଆଳତୀ କରାଯାଇଅଛି । ଦିବ୍ୟଜ୍ୟୋତି ନୃସିଂହ ପଞ୍ଜିକାର ଗଣନାକାର ପଣ୍ଡିତ ଶ୍ରୀ ଆଶୁତୋଷ ପାଣିଗ୍ରାହୀ ଜ୍ୟୋତିଷ ପ୍ରବୀଣଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ମହୁଲପାଲି ସ୍ଥିତ ଶିବ ମନ୍ଦିର ଘାଟରେ ଅଙ୍ଗ ଆଳତୀ ଅନୁଷ୍ଠିତ ହୋଇଛି ।
ମୁଖ୍ୟ କର୍ତ୍ତା ଭାବରେ ଶ୍ରୀ ପ୍ରତାପ ନାଥ ଓ ତାଙ୍କ ସହଧର୍ମିଣୀ ପୁର୍ଣିମା ନାଥ (ସୁଜାତା) ଦାୟିତ୍ୱ ତୁଲାଇଥିଲେ । ଏହି ଆଳତୀ ସମୟରେ ଘଣ୍ଟ,ଶଙ୍ଖ ଓ ବ୍ରାହ୍ମଣ ମାନଙ୍କ ଦ୍ୱାରା ବୈଦିକ ମନ୍ତ୍ରପାଠ ସମଗ୍ର ପରିବେଶକୁ ମୁଖରୀତ କରିଥିଲା । ଏହି ଅବସରରେ ପଣ୍ଡିତ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ପଣ୍ଡିତ ଖଗେଶ୍ବର ତ୍ରିପାଠୀ, ପଣ୍ଡିତ ସୁଲପାନି ପଣ୍ଡା, ପଣ୍ଡିତ ଆନନ୍ଦ ମିଶ୍ର, ଅନିଲ ପଣ୍ଡା, ବାବୁଲ ପଣ୍ଡା, ଅଶୋକ ପାଣିଗ୍ରାହୀ , ଭବାନୀ ଶଙ୍କର ମହାପାତ୍ର,ଦୁଷ୍ମନ୍ତ (କୁଶ) ସାହୁ, ମଣ୍ଟୁ ଦାସ,
ତୁଳାରାମ ସାହୁ, ଦେବାଧି ମେହେର, ଟୁନା ସାହୁ, ପ୍ରଶାନ୍ତ ସାହୁ, ପଞ୍ଚମ ସାହୁ, ଅକ୍ଷୟ ଦାଶ, ନାରାୟଣ ପଣ୍ଡା, ସନ୍ତୋଷ କୁମାର ପଣ୍ଡା, ଦୀପକ ଭୋଇ, ବାବୁଲାଲ ସାହୁ ଓ ମହୁଲପାଲି ଗ୍ରାମର ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ରହି ଆଳତୀ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ । ପରିଶେଷରେ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।