Sunday, April 20, 2025
spot_imgspot_imgspot_img
Homeଅଘଟଣପୋଲିସ କବଜାରେ ମୋବାଇଲ ଦୋକାନ ଲୁଟେରା ଗ୍ୟାଙ୍ଗ।

ପୋଲିସ କବଜାରେ ମୋବାଇଲ ଦୋକାନ ଲୁଟେରା ଗ୍ୟାଙ୍ଗ।

ବରପାଲି – ବରପାଲି ଡାକ୍ତରଖାନା ଛକ ନିକଟସ୍ଥ ରାଜ ମୋବାଇଲ୍ ମରାମତି ଦୋକାନର ତାଲାଭାଙ୍ଗି ଚୋରି କରିଥିବା ଚୋରମାନେ ପୋଲିସ ହାତରେ ଧରାପଡିଲା ପରେ ହାଜତକୁ ପଠେଇ ଦିଆଯାଇଛି। ବରପାଲି ଥାନାରେ ଚୋରି ସମ୍ବନ୍ଧିତ ବିଷୟକୁ ନେଇ ଦୋକାନ ମାଲିକ ରାଜୁ ମେହେରଙ୍କ ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜୁ ହୋଇଥିଲା। ମରାମତି ପାଇଁ ଆସିଥିବା ୨୦ଟି ବିଭିନ୍ନ କମ୍ପାନୀର ମୋବାଇଲ ଫୋନ୍ ସହ ଦୋକନରେ ଡ୍ରଅରେ ରହିଥିବା ନଗଦ ଏକ ହଜାର ଟଙ୍କା ଚୋରି ହୋଇଥିଲା।

ପୁର୍ବରୁ ମଧ୍ଯ ସ୍ଥାନିୟ ଅଞ୍ଚଳର ଭିନ୍ନଭିନ୍ନ ସ୍ଥାନର ଦୋକାନ ହେଉ ଘର ମାନଙ୍କ ମଧ୍ଯରୁ ରିତିମତ ଛୋଟବଡ ଚୋରି ଚକୋରି ଚାଲିଥିଲା। ପୋଲିସ ଘଟଣା ମାନଙ୍କର ଖୋଲତାଡ କରୁଥିଲେ ସୁଦ୍ଧା ସଫଳତା ମିଳିବା ଏକ ପ୍ରକାର କଷ୍ଟସାଧ୍ଯ ସାଜିଥିଲା। ଯାହାକି ମୁଣ୍ତବଥାର କାରଣ ହୋଇଥିବା ବେଳେ ବର୍ତ୍ତମାନ ପୋଲିସ ପାଇଁ ଚେଲେଞ୍ଜ ସାଜିଥିଲା।

ମାମଲାକୁ ପୋଲିସ ଗୁରୁତ୍ବର ତନାଘନା ଆରମ୍ଭ କରିବା ସହ ଆଠଦିନ ମଧ୍ୟରେ ଚୋରମାନଙ୍କୁ ଗିରଫ କରିବାରେ ସଫଳତା ପାଇଥିଲା। ଘଟଣାରେ ସଂପୃକ୍ତ ରହିଥିବା ଚାରି ଜଣଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୮ଟି ମୋବାଇଲ ଜବତ କରିଥିଲା। ବର୍ତ୍ତମାନ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ ସହ ହାଜତକୁ ପଠାଇଦେଇଛି।

error: Content is protected !!