Sunday, March 8, 2026
Homeଅଘଟଣପୋଲିସ ଏବଂ ଅବକାରୀ ଭିତରେ ରହୁନି ସମନ୍ମୟ : ଅଞ୍ଚଳରେ ରୋକାଯାଇ ପାରୁନି ନିଶାକାରବାର ।

ପୋଲିସ ଏବଂ ଅବକାରୀ ଭିତରେ ରହୁନି ସମନ୍ମୟ : ଅଞ୍ଚଳରେ ରୋକାଯାଇ ପାରୁନି ନିଶାକାରବାର ।

ପଦ୍ମପୁର-ବିଗତ ଦିନରେ ମେଲଛାମୁଣ୍ଡା ଥାନା ଅଞ୍ଚଳରେ ଆଇନ ବ୍ଯବସ୍ଥା ହୁଗୁଳା ହୋଇପଡିଥିଲା। ଗୋଟିଏ ବର୍ଷ ଭିତରେ ହତ୍ୟା,ସ୍ଥାନେସ୍ଥାନେ ଜୁଆ ଆଡ୍ଡା,ରାସ୍ତାକଡ ମାନଙ୍କରେ ମଦ ଏବଂ ଚାଖନା ଦୁକାନ ଖୋଲାହେବା ସମେତ ଦଶଦିନ ଭିତରେ ସିରିଜ ଚୋରି ଗୁଦେରପାଲି କଲେଜ,ନୁଆଁପାଲି ସ୍କୁଲ,ଝିମବାହାଲ ସ୍କୁଲ ଏବଂ ଚୁହାନପାଲି ସ୍କୁଲର ତାଳା ଭାଙ୍ଗି ଚୋରମାନେ ଏମଡିଏମ୍ ଚାଉଳ ଚୋରି କରିନେଇ ଯାଇଥିବା ମେଲଛାମୁଣ୍ଡା ଥାନାରେ ଅଭିଯୋଗ ହୋଇଥିଲା।

ଯାହାକି ମେଲଛାମୁଣ୍ଡା ପୋଲିସର ମୁଣ୍ଡବ୍ୟଥା ବଢାଇ ଦେଇଥିଲା।ସେ ଯାହାବି ହେଉ ବର୍ତ୍ତମାନ ବରଗଡ ଏସପି ପ୍ରହଲ୍ଲାଦ ମିନାଙ୍କ ନିର୍ଦ୍ଦେଶରେ ମେଲଛାମୁଣ୍ଡା ଥାନା ଅଞ୍ଚଳରେ ରାତ୍ରି କାଲିନ ପୁଲିସ ପେଟ୍ରୋଲିଂ କୁ କଡାକଡି କରାଯିବା ସହ ସମସ୍ତ ପୁଲିସ କର୍ମଚାରୀ ମାନେ ପେଟ୍ରୋଲିଂ ମଧ୍ୟ କରୁଛନ୍ତି। କିନ୍ତୁ ପୁଲିସ ଏବଂ ଅବକାରୀ ବିଭାଗ ମଧ୍ୟରେ ସମନ୍ମୟ ଠିକ୍ ରହୁନଥିବାରୁ ଏଅଞ୍ଚଳ ରେ ନିଶା କାରବାର ଉପରେ ରୋକ ଲଗାଯାଇ ପାରୁନି।

error: Content is protected !!