Saturday, March 7, 2026
Homeରାଜ୍ୟପେଶାରେ ଶିକ୍ଷକତା ନିଶାରେ ରକ୍ତଦାନ।

ପେଶାରେ ଶିକ୍ଷକତା ନିଶାରେ ରକ୍ତଦାନ।

୪୨ ବର୍ଷରେ ୫୩ ଥର ରକ୍ତଦାନ ।

ପାଇକମାଳ-ଶନିବାର ଥିଲା ବିଶ୍ବ ରକ୍ତଦାତା ଦିବସ । ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଛିନ୍ଦେଇକେଲା ଗାଁର ୪୨ ବର୍ଷିୟ ପତିତପାବନ ସାହୁ,ପେଶାରେ ଜଣେ ଶିକ୍ଷକ କିନ୍ତୁ ନିଶାରେ ରକ୍ତଦାନ। ସେ ୪୨ ବୟସରେ ୫୩ ଥର ରୋଗୀମାନଙ୍କୁ ରକ୍ତଦାନ କରିସାରିଲେଣି। ଅଞ୍ଚଳର ଜଣେ ନିୟମିତ ରକ୍ତଦାତା, ସ୍ବେଛାସେବୀ ତଥା ଜଣେ ରକ୍ତଦାତା ଭାବରେ ଲୋକଙ୍କୁ ସଚେତନ କରାଇଥାନ୍ତି । ନିଜେ ରକ୍ତଦାନ କରିଥାନ୍ତି ଆଉ ଅନ୍ୟମାନଙ୍କୁ ସ୍ଵେଚ୍ଛାକୃତ ରକ୍ତଦାନ ପାଇଁ ସଚେତନତା କରନ୍ତି।

ବିଭିନ୍ନ ରକ୍ତଦାନ ସଂଘ, ସ୍ବେଛାସେବୀ ସଂଗଠନ ସହ ଯୋଡି ହୋଇ ରହିଛନ୍ତି।ସେ ଡ଼ା ଜୟଚନ୍ଦ୍ର ଜୀବନରେଖା ରକ୍ତ ସହାୟତା ସଂଘର ପ୍ରତିଷ୍ଠାତା। ସଂଘରେ ଆଖପାଖ ଜିଲ୍ଲାରୁ ୧୦୦୦ ରୁ ଉର୍ଦ୍ଧ୍ୱ ରକ୍ତଦାତା ସ୍ବେଛାସେବୀ ଯୋଡ଼ିଛନ୍ତି। ରୋଗୀମାନଙ୍କୁ ଯେ କୌଣସି ସମୟରେ ରକ୍ତ ଆବଶ୍ୟକତା ପଡ଼େ ସଂଘର ସଦସ୍ୟ ମାନେ ଯାଇ ରକ୍ତ ଦେଇଥାନ୍ତି। ଶ୍ରୀ ସାହୁ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ମୁଣ୍ଡାପଲା ପଞ୍ଚାୟତ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟରତ ଅଛନ୍ତି।

error: Content is protected !!