ପାଇକମାଳ-ପାଇକମାଳ ବ୍ଳକ ଜାମସେଠ ଗାଁର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ପ୍ରମୋଦ ରାଏଙ୍କ ମା ଗୁରୁବାର ସକାଳ ୧୦ଟା ସମୟରେ ୭୯ ବର୍ଷ ବୟସରେ ବିୟୋଗ ହୋଇଛି। ସ୍ବର୍ଗତା କେଶରୀ ରାଏ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଘରେ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁ ପଛରେ ତାଙ୍କ ସ୍ବାମୀ, ପୁଅ, ଝିଅ, ଜ୍ବାଇଁ, ନାତିନାତୁଣୀ ତଥା ପରିବାର ବର୍ଗଙ୍କୁ ଛାଡି ଚାଲିଯାଇଛନ୍ତି। ସ୍ବର୍ଗତା ରାୟ ଜଣେ ଧର୍ମପରାୟଣ, ମିଷ୍ଟଭାଷୀ ମେଳାପୀ ତଥା ପରୋପକାରୀ ମହିଳା ଥିଲେ।

ତାଙ୍କ ବିୟୋଗରେ ସରୋଜ ପଟ୍ଟନାୟକ,ଘାସି ରାଏ, ଯଶୋବନ୍ତ ପ୍ରଧାନ, ମନୋଜ ପ୍ରଧାନ, ଶତ୍ରୁଘ୍ନ ସାହୁ,ପ୍ରଭାତ ପଟ୍ଟନାୟକ, ବିଜୟାନନ୍ଦ ପଟ୍ଟନାୟକ, ହେମନ୍ତ ପ୍ରଧାନ, ପ୍ରଦୀପ୍ତ ସାହୁ, ଶ୍ରୀକାନ୍ତ ସାହୁ, ଅମୂଲ୍ୟ ପଟ୍ଟନାୟକ, ଗିରୀଶ ଚନ୍ଦ୍ର ମାଝୀ, ନିରୋଜ ପାଣି ପ୍ରମୁଖ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି। ଅନ୍ତିମ ସଂସ୍କାର ସମୟରେ ବହୁ ଲୋକ ଉପସ୍ଥିତ ଥିଲେ। ତାଙ୍କ ଏକମାତ୍ର ପୁଅ ପ୍ରମୋଦ ରାଏ ମୁଖାଗ୍ନୀ ଦେଇଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।




