Saturday, March 7, 2026
Homeଅଘଟଣପୂର୍ବତନ ବିଧାୟକଙ୍କ ମାତୃ ବିୟୋଗ ।

ପୂର୍ବତନ ବିଧାୟକଙ୍କ ମାତୃ ବିୟୋଗ ।

ପଦ୍ମପୁର- ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସତ୍ୟଭୂଷଣ ସାହୁଙ୍କ ମାଁ ସୁଶୀଲା ଦେବୀ ସାହୁଙ୍କ ୯୦ ବର୍ଷର୍ ବୟସରେ ବୁଧବାର ବିଲମ୍ବିତ ରାତ୍ରୀ ୧୦ ଘଣ୍ଟା ୩୦ ମିନିଟ ସମୟରେ ମାଣ୍ଡୋସିଲ ସ୍ଥିତ ଘରେ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ସୁଶୀଲା ଦେବୀ ଜଣେ ଧର୍ମ ପରାୟଣା ତଥା ପରୋପକାରୀ ମହିଳା ଥିଲେ ।

ତାଙ୍କ ଅନ୍ତେ ଛଅ ପୁଅ ବସନ୍ତ,ସତ୍ୟଭୂଷଣ,ଇନ୍ଦ୍ରମଣି,ହରିହର,ନାରାୟଣ ଓ ଧନପତି ତିନି ଝିଅ ଶନ୍ତିଲତା,କାନ୍ତିଲତା,କୁମୁଦିନି ଓ ଜ୍ୱାଇ ନାତି ନାତୁଣିଙ୍କୁ ଛାଡି ଯାଇଛନ୍ତି । ସ୍ୱର୍ଗତ ସୁଶୀଲା ଦେବୀଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଲିଯାଇଛି । ଅନେକ ମାନ୍ୟଗନ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଛନ୍ତି । ଆଜି ସକାଳ ୯ ଘଣ୍ଟା ସମୟରେ ମାଣ୍ଡୋସିଲ ସ୍ଥିତ ସ୍ମଶାନରେ ଶେଷକୃତ ସମ୍ପନ୍ନ ହେବ ବୋଲି ତାଙ୍କ ନାତି ଟଙ୍କଧର ସାହୁ ସୂଚନା ଦେଇଛନ୍ତି ।

error: Content is protected !!