Saturday, March 7, 2026
Homeରାଜ୍ୟପୂର୍ବତନ ନଗରପାଳ ସତ୍ୟବାନ ଅଗ୍ରୱାଳଙ୍କ ଶ୍ରଦ୍ଧାଞ୍ଜଳି ସଭା ।

ପୂର୍ବତନ ନଗରପାଳ ସତ୍ୟବାନ ଅଗ୍ରୱାଳଙ୍କ ଶ୍ରଦ୍ଧାଞ୍ଜଳି ସଭା ।

ପଦ୍ମପୁର – ପଦ୍ମପୁର ମାରୱାଡି ଧର୍ମଶାଳା ଠାରେ ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ତଥା ପଦ୍ମପୁର ସହରର ପୂର୍ବତନ ନଗରପାଳ ସ୍ବର୍ଗତ ସତ୍ୟବାନ ଅଗ୍ରୱାଲଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ଅଗ୍ରୱାଲ ୧୯୯୭ ରୁ ୨୦୦୩ ପର୍ଯ୍ୟନ୍ତ ପଦ୍ମପୁର ନଗରପାଳ ଦାୟିତ୍ୱ ତୁଲାଇଥିବା ବେଳେ ଦୁଇଥର କାଉନସିଲର ଭାବରେ ନିର୍ବାଚିତ ହୋଇଥିଲେ। ସେ ଭାଜପାର ଜଣେ ଟାଣୁଆ ନେତା ଭାବେ ପରିଚିତ ଥିଲେ। ତାଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା।

ତାଙ୍କର ଏକ ମାତ୍ର ପୁତ୍ର ସୁନିଲ ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ଅଗ୍ରୱାଲଙ୍କ ବିୟୋଗରେ ଏହି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ନିଜର ଅଭିଭାଷଣ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୋଏ, ମାରୱାଡି ସମାଜ ସଭାପତି ଅମରଦୀପ ଅଗ୍ରୱାଲ,

ଯୁବନେତା ପ୍ରିତେଶ ବହିଦାର, ଲାୟନ୍ସ କ୍ଲବ ସଭାପତି ପ୍ରୀତମ ମେହେର, ବଜରଙ୍ଗ ଦଳ ଆବାହକ ସୁରେଶ ରାମଚନ୍ଦାନୀ,ବ୍ରାହ୍ମଣ ସମାଜ ସଭାପତି ଜୟ ନାରାୟଣ ତ୍ରିପାଠୀ, ଭକ୍ତ ଚରଣ ସାହୁ, ରୋହିତ ମେହେରଙ୍କ ସମେତ ବିଭିନ୍ନ ସଙ୍ଗଠନ ର କର୍ମକର୍ତ୍ତା, ସମାଜସେବୀ, ବୁଦ୍ଧିଜୀବୀ ଯୋଗଦେଇଥିଲେ। ସରୋଜ ସାମଲ ମଞ୍ଚ ପରିଚାଳନା କରିଥିବା ବେଳେ ଗୋବର୍ଦ୍ଧନ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!