Thursday, November 28, 2024
spot_imgspot_imgspot_img
Homeଅଘଟଣପୁଲିସର ନିଷ୍କ୍ରିୟତା ପାଇଁ ବଢ଼ି ଚାଲିଛି ଚୋରଙ୍କ ଦୌରାତ୍ମ !

ପୁଲିସର ନିଷ୍କ୍ରିୟତା ପାଇଁ ବଢ଼ି ଚାଲିଛି ଚୋରଙ୍କ ଦୌରାତ୍ମ !

ପଦ୍ମପୁର-ବିଗତ ଗୋଟିଏ ବର୍ଷ ଭିତରେ ମେଲଛାମୁଣ୍ଡା ଥାନା ଅଞ୍ଚଳରେ ହତ୍ୟା,ଚୋରି,ସ୍ଥାନେ ସ୍ଥାନେ ଜୁଆ ଆଡ୍ଡା ଖୋଲିବା,ରାସ୍ତା କଡ ମାନଙ୍କରେ ବେଆଇନ କୁଚିଆ ମଦ ଏବଂ ଚାଖନା ଦୁକାନ ମାନ ଖୋଲାଯିବା ଏପରି ଅନେକ ଘଟଣା ଘଟିଗଲାଣି।କିନ୍ତୁ ପୋଲିସ ର କାମ କେବଲ ତଦନ୍ତରେ ସିମିତ। ନାଧରି ପାରୁଛି ହତ୍ୟାକାରୀ କୁ ନାଚୋରକୁ।ସେହିପରି ବିଗତ ପନ୍ଦର ଦିନ ଭିତରେ ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଗୁଦେରପାଲି କଲେଜର ତାଲା ଭାଙ୍ଗି ଚୋରି, କିଛି ଦିନ ବ୍ୟବଧାନରେ ପୁଣି ନୁଆଁପାଲି ସ୍କୁଲର ତାଳା ଭାଙ୍ଗି ଏମଡିଏମ ଚାଉଳ ଚୋରି।ସେହିପରି କିଛିଦିନ ପରେ ଝିମବାହାଲ ସ୍କୁଲର ମଧ୍ୟ ତାଳା ଭାଙ୍ଗି ଏମଡିଏମ୍ ଚାଉଳ ଚୋରି ହୋଇଥିଲା। ସେହିପରି ଗତ ଶୁକ୍ରବାର ରାତିରେ ଚୁହାନପାଲି ସ୍କୁଲରେ ମଧ୍ୟ ତାଳା ଭାଙ୍ଗି ଚୋରମାନେ ଏମଡିଏମ୍ ଚାଉଳ ଚୋରିକରି ନେଇଯାଇଥିବା ଜଣାପଡିଛି।

ଆହୁରି ମଧ୍ୟ ମେଲଛାମୁଣ୍ଡା ଅଞ୍ଚଳର ରାସ୍ତାକଡ ମାନଙ୍କ ରେ କେତେକ ପୁଲିସ କର୍ମଚାରୀଙ୍କ ଗେହ୍ଳା ପୁଅ ମାନଙ୍କ ଦେଶୀ ମଦ ଏବଂ ଚାଖନା ଦୁକାନ ମାନ ଅଛି। ପୁଲିସ ଏବଂ ମଦ ବେପାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସେମାନେ ଖୁଲମଖୁଲା ମୁଖ୍ଯରାସ୍ତା କଡ଼ରେ ରାତିଦିନ ମଦ ଦୋକାନ ମାନ ଖୋଲି ବସିଛନ୍ତି।ମଦ ବେପାରୀଙ୍କୁ ଏ ଅଞ୍ଚଳର ବୁଦ୍ଧିଜୀବୀ ମାନେ ରାସ୍ତା କଡରୁ ମଦ ଏବଂ ଚାଖନା ଦୁକାନ ମାନ ହଟାଇ ବାକୁ କହିଲେ ସେମାନଙ୍କୁ ଓଲଟା ମଦ ବେପାରୀ ମାନେ ନାଲି ଆଖି ଦେଖାଇ ଆମେ ରାସ୍ତାକଡ଼ରେ ମଦ ଏବଂ ଚାଖନା ଦୁକାନ ଖୋଲିବାକୁ ମେଲଛାମୁଣ୍ଡା ପୋଲିସ ହାବିଲଦାରକୁ ମାସିକ ହାତଗୁଞ୍ଜା ଦେଉଛୁ ସେଥିପାଇଁ ରାସ୍ତା କଡ଼ରେ ଖୁଲମଖୁଲା ମଦ ଏବଂ ଚାଖନା ବିକୁଛୁ ବୋଲି କହୁଛନ୍ତି।ଏ ଘଟଣା ବାବଦରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିବାରୁ କେତେକ ଅସାଧୁ ପୁଲିସ କର୍ମଚାରୀ ଏ ଅଞ୍ଚଳର ସାମ୍ବାଦିକ ମାନଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛ ଘୁଞ୍ଚା ଦେଉନାହାନ୍ତି।

error: Content is protected !!