Saturday, March 7, 2026
Homeଅଘଟଣପୁର୍ବତନ ଫୁଟବଲ ଖେଳାଳିଙ୍କ ଦେହାନ୍ତ ।

ପୁର୍ବତନ ଫୁଟବଲ ଖେଳାଳିଙ୍କ ଦେହାନ୍ତ ।

ବରପାଲି-ବରପାଲି ବ୍ଲକ ଲେଣ୍ଡା ଗ୍ରାମର ପୁର୍ବତନ ଫୁଟବଲ ଖେଳାଳି ତଥା ମହାନ ସମାଜସେବୀ ସୁନୀଲ କୁମାର ଭୋଇଙ୍କ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ହୋଇଯାଇଛି। ଗୁରୁବାର ପୁର୍ବାହ୍ନରେ ସ୍ଥାନିୟ ସ୍ମଷାନଘାଟରେ ତାଙ୍କର ଦାହସଂଷ୍କାର ସମ୍ପର୍ଣ୍ଣ ହୋଇଥିଲା। ମୃତ୍ଯୁ ଖବର ପ୍ରଘଟ ହେଲାପରେ ଅଞ୍ଜଳରେ ଶୋକର ଛାୟା ଖେଳିଯାଇଥିଲା। ତାଙ୍କର ଅନ୍ତିମ ଶୋଭାଯାତ୍ରାରେ ଅଞ୍ଜଳର ବହୁ ପୁରୁଖା ବ୍ଯକ୍ତି ମାନଙ୍କ ସହ କ୍ରିଡାବିତ,ସମାଜ ସେବୀ,ନେତା ଜନ ପ୍ରତିନିଧି ଓ ପରିଜନ ମାନଙ୍କ ଗହଣରେ ଦାହକାର୍ଯ୍ଯ ସମାପନ ହୋଇଥିଲା।

ସୁନିଲ ଭୋଇ ଅବସର ପ୍ରାପ୍ତ ପୋଲିସ କର୍ମଚାରୀ ତଥା ପୁର୍ବତନ କ୍ରିଡାବିତ ଭାଗୀରଥି ଭୋଇଙ୍କ ଜ୍ୟେଷ୍ଠ ପୁତ୍ର। ତାଙ୍କ ଦେହାନ୍ତ ପରେ ପତ୍ନୀ ମାନସୀ ଭୋଇଙ୍କ ସମେତ ବାର ବର୍ଷର ପୁତ୍ର ରିତେଶ୍ବର ଭୋଇ ଓ ଏକ ବର୍ଷର ଝିଅ ତୋୟାଶ୍ରୀକୁ ଛାଡି ଆରପାରିକୁ ଚାଲି ଯାଇଛନ୍ତି। ପୁତ୍ର ରିତେଶ୍ବର ଭୋଇ ମୁଖାଗ୍ନି ଦେଇଥିବା ବେଳେ ଆଖପାଖ ଅଞ୍ଜଳରେ ଏକ ଶୋକାକୁଳ ପରିବେଶ ସୄଷ୍ଟି ହୋଇଯାଇଛି ।

error: Content is protected !!