Saturday, March 7, 2026
Homeରାଜ୍ୟପୁରେନା ଠାରେ ବନ ମହୋତ୍ସବ ।

ପୁରେନା ଠାରେ ବନ ମହୋତ୍ସବ ।

ପଦ୍ମପୁର – ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ଠାରେ ବନ ମହୋତ୍ସବ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ ନାଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରକୃତିବନ୍ଧୁ ଶ୍ରୀ ଲିଙ୍ଗରାଜ ପ୍ରଧାନ, ଡେପୁଟୀ କମିଶନର (ଜି.ଏସ୍.ଟି) ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ପ୍ରକୃତିବନ୍ଧୁ ଶ୍ରୀ ମୀନକେତନ ସାହୁ, ପୂର୍ବତନ ପ୍ରଧାନଶିକ୍ଷକ ଶ୍ରୀ ରେଣୁଧର ସାହୁ, ପ୍ରକୃତିପ୍ରେମୀ ଶ୍ରୀ ଓମପ୍ରକାଶ ଅଗ୍ରୱାଲ ଓ ପୁରେନା ନୋଡାଲ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ମିତ୍ରଭାନୁ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ।

ବିଶ୍ବ ଉତ୍ତାପନ ହିଁ ଅସନ୍ତୁଳିତ ଜଳବାୟୁର ମୁଖ୍ୟ କାରଣ ଓ ବ୍ୟାପକ ବୃକ୍ଷରୋପଣ ହିଁ ଏହାର ସମାଧାନ ଏହି ଲକ୍ଷ୍ୟ ନେଇ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ ବରଗଡ଼ ଆନୁକୁଲ୍ୟରେ ଆରମ୍ଭ ହୋଇଥିବା ଏହି ଉପାଦେୟ କାର୍ଯକ୍ରମଟିରେ ଛାତ୍ରଛାତ୍ରୀ ମାନଙ୍କୁ ଗୋଟିଏ ଗୋଟିଏ ଚାରା ନିଜ ବାଡି ପଟେ ଲଗାଇବା ପାଇଁ ପ୍ରଦାନ କରାଯାଇଥିଲା ଓ ଆସନ୍ତା ବର୍ଷ ଯାହାର ଗଛ ଠିକ୍ ଭାବରେ ବଢ଼ି ଥିବ ତାକୁ ପୁରସ୍କୃତ କରାଯିବ ବୋଲି ଘୋଷଣା କରାଯାଇଥିଲା। ପରି ଶେଷରେ ଶ୍ରୀ ମିତ୍ରଭାନୁ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଶ୍ରୀ ବୁଲୁ ମଲିକ ଓ ଶ୍ରୀ ସୁରେଶ ପଟେଲ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

error: Content is protected !!