ବରପାଲି-ବରପାଲି ବ୍ଲକ ତୁଲଣ୍ତି ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ଏକ ବିଶାଳ ମହୁଲବୃକ୍ଷ ଉପୁଡି କୁଲୁଣ୍ତା ପାଟ ଦେବୀ ମନ୍ଦିର ଛାରଖାର ହୋଇଯାଇଛି। ଚଳିତ ବର୍ଷାର ପ୍ରଭାବ ହେଉ ଅବା ୧୫୦ ବର୍ଷର ପୁରାତନ ଯୋଗୁ ଗଛଟି ଧରାସାୟୀ ହୋଇ ଗ୍ରାମବାସୀଙ୍କୁ ଚିନ୍ତାରେ ପକାଇ ମୁଣ୍ତବ୍ଯଥା ସାଜିଛି। ମାଁ କୁଲଣ୍ତା ଦେବୀ ମନ୍ଦିର ମୂଖ୍ଯତଃ କୃଷି ଭିତ୍ତିକ ପୂଜା କାଦୁଅ ଯାତ୍ରା,ମାଟି ଯାତରା ପାର୍ବଣ ରୂପେ ମାଁଙ୍କ ପୂଜାର୍ଚ୍ଚନା ଉତ୍ସବ ମାନ ପାଳିତ ହୋଇଥାଏ। ସେହିପରି ମନୋକାମନା ପୁରଣ ସକାଶେ ଭକ୍ତ ମାନେ ବିଭିନ୍ନ ସମୟରେ ମନ୍ଦିରରେ ପୂଜନ ହୋଇଥାଏ। ପୁର୍ବରୁ ମାଁଙ୍କ ସ୍ଥାପନା ଭାବରେ ପୁଜା ପାଉଥିଲେ ହେଲେ ଗତ ୧୫ବର୍ଷ ପୁର୍ବରୁ ବିରେନ୍ଦ୍ର ପଧାନ ପିତା କବିରାଜ ପଧାନଙ୍କ ଦ୍ବାରା ମନ୍ଦିର ନିର୍ମାଣ କରାଯାଇଥିଲା।
ପରେ ଆଖପାଖ ପଧାନପାଲି, ପୋଢପାଲି, ପାଟକୁଲଣ୍ତା,ଲଟାକେରା,ହାତିପାଲି,ମହାକୁର ଟିକିରା ବାସୀଙ୍କ ସମେତ ଅନ୍ଯ ଗ୍ରାମର ଭକ୍ତ ମାନେ ମାଁଙ୍କ ପୂଜାର୍ଚ୍ଚନା କରିଥାନ୍ତି। ବିଗତ ଚାରି ପିଢିରୁ ମାଁଙ୍କ ପ୍ରଥା ଅନୁଶାରେ ପୂଜନ ହେଉଥିବା ବେଳେ ବର୍ତ୍ତମାନ ମନ୍ଦିର ଦୁରାବସ୍ଥାକୁ ନେଇ ଏକ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଛି। ଉପୁଜିଥିବା ସମସ୍ଯାର ସମାଧାନ ଦିଗରେ ପ୍ରସାସନର ସହାୟତା ପାଇଁ ଗ୍ରାମବାସୀ ଗୁହାରୀ ଜଣାଇଛନ୍ତି।