Saturday, March 7, 2026
Homeରାଜ୍ୟପି.ଏମ.ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରର ଛାତ୍ରୀମାନଙ୍କ ବାଜିମାତ ।

ପି.ଏମ.ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରର ଛାତ୍ରୀମାନଙ୍କ ବାଜିମାତ ।

ପଦ୍ମପୁର-ପି.ଏମ.ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରର ଛାତ୍ରୀମାନେ ଚଳିତ ବର୍ଷ ବାରିହାପୁଖାପାନି ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଚେସ ,ଯୋଗ ଏବଂ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଶ୍ରାବଣୀ ସାହୁ ଚେସ ପ୍ରତିଯୋଗିତାରେ ଚାମ୍ପିଅନ ,ଦଶମ ଶ୍ରେଣୀ ଛାତ୍ରୀ ପାୟଲ ସରାଫ ବ୍ୟାଡମିଣ୍ଟନ ସିଙ୍ଗଲ ରେ ଚାମ୍ପିଅନ ତଥା ନବମ ଶ୍ରେଣୀର ଛାତ୍ରୀଆକାଂକ୍ଷା ଭୋଇ ଏବଂ ରଞ୍ଜିତା ସାହୁ ବ୍ୟାଡମିଣ୍ଟନ ଡବଲ ରେ ଚାମ୍ପିଅନ ହୋଇ ବିଦ୍ୟାଳୟକୁ ଗୌରବାନ୍ଵିତ କରିଛନ୍ତି ।

ଯୋଗ ପ୍ରତିଯୋଗିତାରେ ନବମ ଶ୍ରେଣୀ ଛାତ୍ରୀ ଲିସା ବାଗ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି । ସମସ୍ତ ଛାତ୍ରୀ ଜିଲ୍ଲା ସ୍ତରରୁ ପୁରସ୍କୃତ ହୋଇ ରାଜ୍ୟ ସ୍ତରକୁ ଉନ୍ନୀତ ହେବେ।ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ କୃତି ଛାତ୍ରୀଙ୍କୁ ତଥା ବିଦ୍ୟାଳୟର ଶାରୀରିକ ଶିକ୍ଷୟିତ୍ରୀ ଶ୍ରୀମତୀ ନିଳୀମା ରାଣୀ ମହାନ୍ତିଙ୍କୁ ଏହି ବିଜୟ ପାଇଁ ସମ୍ବର୍ଦ୍ଧିତ କରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଲୋକନାଥ ଭୋଇ ବ୍ଲକ ତରଫରୁ ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

error: Content is protected !!