ପଦ୍ମପୁର-ପି.ଏମ.ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରର ୫୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକନାଥ ଭୋଇଙ୍କ ଦ୍ଵାରା ବିଦ୍ୟାଳୟର ପତାକା ଉତ୍ତୋଳିତ ହେଲା ପରେ ସମସ୍ତ ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ବ୍ୟାଣ୍ଡର ତାଳେ ନାରୀ ଶିକ୍ଷାର ପ୍ରସାର ପାଇଁ ନଗର ପରିକ୍ରମା କରିଥିଲେ । ଅନୁଷ୍ଠିତ ସଭାରେ ପଦ୍ମପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକନାଥ ଭୋଇ ସଭାପତିତ୍ବ କରିଥିବା ବେଳେ ପଦ୍ମପୁର ବିଧାୟିକା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ସଭ୍ୟ ନବୀନ ଚନ୍ଦ୍ର ପାଢ଼ୀ , ମନୋରଞ୍ଜନ ସିଂହ ବରିହା , ଗୋବିନ୍ଦ ପ୍ରସାଦ ଅଗ୍ରୱାଲ,ପୂର୍ବତନ ଶିକ୍ଷକ । ଜୀବନାନନ୍ଦ ସାହୁ ,ପୂର୍ବତନ ଶିକ୍ଷକ ସୁରେନ୍ଦ୍ର କୁମାର ଭୋଇ,ବୃନ୍ଦାବନ ଦାସ, ମିନତି ଦାସ ,ସୁରେଶ ଚନ୍ଦ୍ର ଚୌହାନ ଯୋଗଦେଇଥିଲେ । ମାନସ ରଞ୍ଜନ ଶତପଥୀ ଓ ରବିନା ପଧାନ ସଭାକୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।

ମୁଖ୍ୟ ଅତିଥି ପଦ୍ମପୁର ବିଧାୟିକା ଛାତ୍ରୀମାନଙ୍କୁ ସଫଳ ହେବା ପାଇଁ କେବଳ ପରିଶ୍ରମ ହି ଏକମାତ୍ର ମାଧ୍ୟମ ବୋଲି ଉଦବୋଧନ ଦେଇଥିଲେ।ବିଦ୍ୟାଳୟର ଏହି ଦିବସକୁ ସ୍ନୃତିମୟ କରିବା ପାଇଁ ଅତିଥିମାନଙ୍କ ଦ୍ଵାରା ବୃକ୍ଷ ରୋପଣ କରାଗଲା । ବିଦ୍ୟାଳୟର ଶିକ୍ଷୟିତ୍ରୀ ପୂଜାରାଣୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସଭାକୁ ସଫଳ କରିବା ପାଇଁ ଜ୍ୟୋତ୍ସାରାଣୀ ସାହୁ,ସଂଯୁକ୍ତା ଭୋଇ,ମନିଷା ଭୋଇ, ବୃନ୍ଦାବତୀ ସାହୁ , ଖୁସବୁ ବରିହା , ଜ୍ୟୋତିରେଖା ମହାନନ୍ଦ, ଅମନ କୁମାର ପଣ୍ଡା , ମମତା ମିଶ୍ର, ପ୍ରଭାତୀ ପଟ୍ଟନାୟକ,ନିଳୀମା ରାଣୀ ମହାନ୍ତି,ସୁଷମା ଦାସ,ଦୁଷ୍ମନ୍ତ ଛତର,କମଳା କୁମ୍ଭାର, ପ୍ରଭାସିନୀ ସାହୁ ସହାୟତା କରିଥିଲେ । ପରିଶେଷରେ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରା ଯାଇଥିଲା ।



