ପଦ୍ମପୁର-ପି ଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ୨୦୨୫-୨୬ ଶିକ୍ଷାବର୍ଷର ଦ୍ବିତୀୟ ଅଭିଭାବକ ଅଭିଭାବିକ – ଶିକ୍ଷକ ଶିକ୍ଷୟିତ୍ରୀ ବୈଠକ ଅନୁଷ୍ଠିତ ହୋଇସାରିଛି ।ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀଯୁକ୍ତ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ସଭାର ସଭାପତିତ୍ବ କରିଥିବା ବେଳେ ପିରାମଲ୍ ଫାଉଣ୍ଡେସନ ମୋନିଟରିଁ ଟିମ୍ ର ନଵନିତ୍ ଶର୍ମା ଓ ରିତୁ ମିଶ୍ର , ସିଆରସିସି ସୁରେଶ ଚନ୍ଦ୍ର ଚୌହାନ ,ଏସଏମସି ସଦସ୍ୟା ଅନିତା ସିଂହ ବରିହା ଅତିଥି ଭାବେ ଯୋଗ ଦେଇଥିଲେ ।ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓସେପାର ପତ୍ର ସଂଖ୍ୟା ୮୨୨ ରେ ପ୍ରଦତ୍ତ ସମସ୍ତ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ ।

ଉକ୍ତ ବୈଠକରେ ୧୧୦ ଅଭିଭାବକ ଯୋଗ ଦେଇ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କଳ୍ପେ ବିଭିନ୍ନ ମତାମତ ପୋଷଣ କରିଥିଲେ ।ପ୍ରଧାନ ଶିକ୍ଷୟିତ୍ରୀ ସମସ୍ତ ଅଭିଭାବକଙ୍କ ପରାମର୍ଶ ଗ୍ରହଣ କରି ସମସ୍ତଙ୍କ ସହଯୋଗ କାମନା କରିଥିଲେ ।ଶ୍ରୀଯୁକ୍ତ ମାନସ ରଞ୍ଜନ ଶତପଥୀ ସଭା ପରିଚାଳନା କରିଥିଲେ ଓ ଅମନ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ପୂଜାରାଣୀ ନାୟକ, ରବୀନା ପଧାନ, ସଂଯୁକ୍ତା ଭୋଇ , ମନୀଷା ଭୋଇ , ବୃନ୍ଦାବତୀ ସାହୁ , ଖୁସବୁ ବରିହା , ପ୍ରଭାତୀ ପଟ୍ଟନାୟକ,ମମତା ମିଶ୍ର,ନିଳୀମା ରାଣୀ ମହାନ୍ତି,ସୁଷମା ଦାଶ,ଦୁଷ୍ମନ୍ତ ଛତର,କମଳା କୁମ୍ଭାର ,ପ୍ରଭାସିନୀ ସାହୁ ଉକ୍ତ କାର୍ଯ୍ୟକୁ ସଫଳ କରିବାରେ ସହଯୋଗ କରିଥିଲେ ।



