Saturday, March 7, 2026
Homeରାଜ୍ୟପି.ଏମ୍.ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ ।

ପି.ଏମ୍.ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ ।

ପଦ୍ମପୁର-ପି.ଏମ୍.ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ପବିତ୍ର ଗୁରୁ ଦିବସ ପାଳନ ହୋଇଯାଇଛି ।ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଏହି ଉପଲକ୍ଷେ ଅନୁଷ୍ଠିତ ସଭାର ସଭାପତିତ୍ବ କରିଥିଲାବେଳେ ଶ୍ରୀଯୁକ୍ତ ମାନସ ରଞ୍ଜନ ଶତପଥୀ ସଭା ପରିଚାଳନା କରିଥିଲେ। ଗୁରୁଦିବସର ପ୍ରଣେତା ଡା. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ତଥା ବରପୁତ୍ର ପୂଜନ ସହ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଦ୍ୟାଳୟର ଶିକ୍ଷୟିତ୍ରୀ ରବୀନା ପଧାନ ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ। ଜ୍ୟୋତ୍ସ୍ନା ରାଣୀ ସାହୁ,ପୂଜାରାଣୀ ନାୟକ, ମନୀଷା ଭୋଇ, ବୃନ୍ଦାବତୀ ସାହୁ ,ପ୍ରଭାତୀ ପଟ୍ଟନାୟକ ଗୁରୁ ଶିଷ୍ୟ ପରମ୍ପରାର ମହାନତା ଆଲୋକପାତ କରିଥିଲେ।

ମମତା ମିଶ୍ର ସୁନ୍ଦର ଗୀତ ମାଧ୍ୟମରେ ଗୁରୁଙ୍କ ଗୁଣଗାନ କରିଥିଲେ । ସଭାପତି ଶ୍ରୀଯୁକ୍ତ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଜୀବନରେ ଗୁରୁଙ୍କ ଅବଦାନ ସମ୍ପର୍କରେ ନିଜର କିଛି ଅନୁଭୂତି ପିଲାଙ୍କ ସହ ବାଣ୍ଟି ପିଲାଙ୍କୁ ଉଦବୁଦ୍ଧ କରିଥିଲେ । ଛାତ୍ରୀ ମାନେ ଗୁରୁ ଦିବସର ମହତ୍ତ୍ଵ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଶିକ୍ଷୟତ୍ରୀ ଖୁସବୁ ବରିହା ଧନ୍ୟବାଦ ଜ୍ଞାପନ କରିଥିଲେ।କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଦ୍ୟାଳୟର ସଂଯୁକ୍ତା ଭୋଇ, ଜ୍ୟୋତି ରେଖା ମହାନନ୍ଦ, ଅମନ୍ କୁମାର ପଣ୍ଡା,ନିଳୀମା ରାଣୀ ମହାନ୍ତି,ସୁଷମା ଦାଶ, ଦୁଷ୍ମନ୍ତ ଛତର, ପ୍ରଭାସିନୀ ସାହୁ ସହଯୋଗ କରିଥିଲେ।

error: Content is protected !!