Monday, January 27, 2025
spot_imgspot_imgspot_img
Homeରାଜ୍ୟପିପୁଲ୍ସ କଲେଜରେ ରାଷ୍ଟ୍ରୀୟ ମତଦାତା ଦିବସ ପାଳନ ଓ ପାଠଚକ୍ର ।

ପିପୁଲ୍ସ କଲେଜରେ ରାଷ୍ଟ୍ରୀୟ ମତଦାତା ଦିବସ ପାଳନ ଓ ପାଠଚକ୍ର ।

ବୁଗୁଡ଼ା(ସୋରେନ କୁମାର ପ୍ରଧାନ)-ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ରାଷ୍ଟ୍ରୀୟ ମତଦାତା ଦିବସ ଅବସରରେ ” ଉମେନ୍ ପାର୍ଟିସପେସନ ଇନ୍ ଇଣ୍ଡିଆନ ଇଲେକ୍ସନ : ଟ୍ରେଣ୍ଡସ୍ ଆଣ୍ଡ୍ ଚ୍ଯାଲେଞ୍ଜସ୍ ” ଶୀର୍ଷକ ଉପରେ ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା । କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ଅଧ୍ୟାପକ ବିନୋଦ କୁମାର କର , ପବିତ୍ର ଖଣ୍ଡୁଆଳ ଓ ଲୋକନାଥ ବେହେରା ଯୋଗଦେଇ ଭାରତୀୟ ନିର୍ବାଚନରେ ମହିଳାଙ୍କ ଅଂଶ ଗ୍ରହଣ ଏକ ଧାରା ଏବଂ ଆହ୍ବାନ ସମ୍ପର୍କେ ଆଲୋକପାତ କରିଥିଲେ।

ଅନ୍ଯପକ୍ଷରେ ଛାତ୍ର ଆଶିଷ କୁମାର ଖାଡ଼ଙ୍ଗା ଓ ଅମର ନାୟକ,ଛାତ୍ରୀ ପୂଜା ଗୌଡ ଓ ମିତାଲି ଜେନା ପ୍ରମୁଖ ସ୍ବ ସ୍ବ ମତବ୍ଯକ୍ତ କାଳରେ ସାମ୍ପ୍ରତିକ ରାଜନୈତିକ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ଓ ସେମାନଙ୍କ ସକାଶେ ଆବଶ୍ୟକୀୟ ସଂରକ୍ଷଣ ଉପରେ ଗୁରୁତ୍ବାରୋପ କରିଥିଲା ବେଳେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବିଭାଗୀୟ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ବିଭାଗୀୟ ଦ୍ବିତୀୟ ବର୍ଷ ଛାତ୍ରୀ ରେଶ୍ମା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!