ଗାଇସିଲେଟ-ଗାଇସିଲେଟ ବ୍ଲକର ପିପିପି ହାଇସ୍କୁଲ ବରିହାପୁଖାପାଣି ଠାରେ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଇକୋ କ୍ଳବ୍ ଇନ୍ ଚାର୍ଜ ତଥା ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଗଙ୍ଗାଧର କୁମ୍ଭାରଙ୍କ ତତ୍ତ୍ବାବଧାନରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଏକ ଶୋଭାଯାତ୍ରା ଅନୁଷ୍ଠିତ ହେବା ପରେ ଏକ ବୈଠକ ଆୟୋଜନ କରାଯାଇଥିଲା। ଏହି ବୈଠକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋହନ ରଣା ସଭାପତିତ୍ବ କରିଥିଲେ ଏବଂ ଗାଇସିଲେଟ ବନାଞ୍ଚଳର ଫରେଷ୍ଟର ଝରଣା ସାହୁ ମୁଖ୍ୟ ଅତିଥି ଓ ଫରେଷ୍ଟ ଗାର୍ଡ ଲିଲି ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ବୃକ୍ଷରୋପଣର ଉପାଦେୟତା ଓ ବର୍ତ୍ତମାନ ସମୟରେ ଏହାର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ।

“ମାଁ ପାଇଁ ଗଛଟିଏ” କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଦ୍ୟାଳୟର ଏନର୍ଜି କ୍ଳବ୍ ର ଇନ୍ ଚାର୍ଜ ଶିକ୍ଷକ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆହ୍ଵାନ ଦେଇଥିଲେ । ପରେ ସମସ୍ତ ଅତିଥି , ଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ବୃକ୍ଷ ରୋପଣ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିସରରେ ଓ ନିକଟସ୍ଥ ଅଞ୍ଚଳରେ ପ୍ରାୟ ୨୦୦ ଚାରା ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବଳରାମ ବଗର୍ତ୍ତି, ଅଶ୍ଵିନୀ କୁମାର ଦାଶ,ସୁରଥ ଭୋଇ, ରାଧେଶ୍ୟାମ ପ୍ରଧାନ, ରବିନାରାୟଣ ବେହେରା, ମୁରଲୀଧର ସାହୁ ପ୍ରମୁଖ ଶିକ୍ଷକ କର୍ମଚାରୀ ବିଶେଷ ସହଯୋଗ କରିଥିଲେ ଓ ପରିଶେଷରେ ବରିଷ୍ଠ ଶିକ୍ଷକ ଅରକ୍ଷିତ ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।




