Saturday, March 7, 2026
Homeରାଜ୍ୟପିତା ମାତାଙ୍କ ସ୍ମୃତିରେ ବଉଳ ଓ ଅଶୋକ ଚାରା ରୋପଣ।

ପିତା ମାତାଙ୍କ ସ୍ମୃତିରେ ବଉଳ ଓ ଅଶୋକ ଚାରା ରୋପଣ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ବରିକେଲ ଗ୍ରାମର ଶିକ୍ଷକ ସୁରେଶ କୁମାର ସାହୁଙ୍କ ପିତା ଡୋଲାମଣୀ ସାହୁ ଓ ମାତା କନକଲତା ସାହୁଙ୍କ ଦେହାନ୍ତ ବିଗତ ଦୁଇ ସପ୍ତାହ ମଧ୍ଯରେ ହୋଇ ଯାଇଥିଲା । ପ୍ରଥମେ ମାତାଙ୍କ ଦେହାନ୍ତ ପରେ ପିତାଙ୍କ ଦେହାନ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ପିତା ମାତାଙ୍କ ଶୁଦ୍ଧିକ୍ରିୟା ଅବସରରେ ତାଙ୍କର ସ୍ମୃତି ପାଇଁ ଗାଁ ଶ୍ମଶାନରେ ଦୁଇଟି ଚାରା ଅଶୋକ ଓ ବଉଳ ରୋପଣ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ଯାଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ, ପ୍ରକୃତିବନ୍ଧୁ ମୀନକେତନ ସାହୁ ଓ ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ୧୯୮୮ ମାଟ୍ରିକ ବ୍ଯାଚ ସାଥୀଗଣ ଉପସ୍ଥିତ ଥିଲେ ।

error: Content is protected !!