ପଦ୍ମପୁର-ବରଗଡ଼ ଜିଲ୍ଲା ଅନ୍ତର୍ଗତ ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର ଠାରେ ମହାସମାରୋହରେ ବାର୍ଷିକ ଉତ୍ସବ ତରଙ୍ଗିଣୀ ୨୦୨୪-୨୫ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମାନ ଲୋକନାଥ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ବରଗଡ଼ ଲୋକସଭା ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଯୁବ ନେତା ପ୍ରିତେଶ ବୋହିଦାର,ସାମାଜିକ କର୍ମୀ ଗୋବିନ୍ଦ ପ୍ରସାଦ ଅଗ୍ରୱାଲ ,ସାମାଜିକ କର୍ମୀ ନିରୋଜ ଦୋରା ,ଏସ ଏମ ସି ଚେୟର ପର୍ସନ ବିନିଲତା ସାହୁ ଯୋଗ ଦେଇଥିଲେ ।ବିଦ୍ୟାଳୟର ବ୍ୟାଣ୍ଡ ଦଳ ମୁଖ୍ୟ ଅତିଥିଙ୍କୁ ପାଛୋଟି ଆଣିଥିଲେ ।

ବରପୁତ୍ର ମାନଙ୍କୁ ମାଲ୍ୟାର୍ପଣ କରି ବାଗଦେବୀ ପୂଜନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଛାତ୍ରୀମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର କାର୍ଯକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ବାର୍ଷିକ ବିବରଣୀ ପଠନ କରିଥିଲେ ।ଅତିଥିମାନଙ୍କ ଦ୍ଵାରା ବିଦ୍ୟାଳୟର ତ୍ରି- ମାସିକ ପତ୍ରିକାର ଅଷ୍ଟମ ସଂଖ୍ୟା ‘ପ୍ରୟାସ ‘ ଉନ୍ମୋଚନ କରାଯାଇଥିଲା । ମୁଖ୍ୟ ଅତିଥି ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ଛାତ୍ରୀମାନଙ୍କୁ ସଫଳ ହେବାର ମୂଳମନ୍ତ୍ର ବୁଝାଇଥିଲେ ।

ମାନସ ରଞ୍ଜନ ଶତପଥୀ ଓ ରବୀନା ପଧାନ ମଞ୍ଚ ପରିଚାଳନା କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋସ୍ନା ରାଣୀ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ । ପ୍ରଭାତୀ ପଟ୍ଟନାୟକ ଓ ମମତା ମିଶ୍ରଙ୍କ ସହଯୋଗରେ ବିଦ୍ୟାଳୟର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଉତ୍ସବର ଶୋଭାକୁ ଦ୍ଵିଗୁଣିତ କରିଥିଲେ । ବିଦ୍ୟାଳୟର ପୂଜାରାଣୀ ନାୟକ,ମନିଷା ଭୋଇ, ବୃନ୍ଦାବତୀ ସାହୁ , ଖୁସବୁ ବରିହା,ନିଳୀମା ରାଣୀ ମହାନ୍ତି, ପୂଜରାଣୀ ନାୟକ , ଜ୍ୟୋତି ରେଖା ମହାନନ୍ଦ, ଅମନ କୁମାର ପଣ୍ଡା,ସୁଷମା ଦାଶ,ଦୁଷ୍ମନ୍ତ ଛତର,କମଳା କୁମ୍ଭାର ,ପ୍ରଭାସିନୀ ସାହୁ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।


