Tuesday, April 15, 2025
spot_imgspot_imgspot_img
Homeଖେଳପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ଓ କ୍ରୀଡ଼ାତ୍ସବ ।

ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ଓ କ୍ରୀଡ଼ାତ୍ସବ ।

ବରପାଲି-ବରପାଲି ବ୍ଲକ କନବାର ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ଓ କ୍ରୀଡ଼ା ଉତ୍ସବ ପାଳିତ ହୋଇଯାଇଛି।ପ୍ରଧାନଶିକ୍ଷକ ସାନନ୍ଦକୁମାର ଭୋଇଙ୍କ ସଭାପତିତ୍ୱରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା । ଆୟୋଜିତ ସମାରୋହକୁ ମୁଖ୍ୟଅତିଥି ରୂପେ ବରଗଡ଼ ଉପ ଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ ଯୋଗ ଦେଇ ଉଦଘାଟନ କରିଥିଲେ। ବିଶିଷ୍ଟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାରା, ସମ୍ମାନିତ ଅତିଥି ଭାବରେ କନବାର ସରପଞ୍ଚ ଅଧିକାରୀ ବାରିକ ଓ ପରିଚାଳନା କମିଟି ଅଧ୍ୟକ୍ଷ ଅମୂଲ୍ୟ ପଧାନ ପ୍ରମୁଖ ଯୋଗ ଦେଇଥିଲେ l

ବିଦ୍ୟାଳୟ କ୍ରୀଡ଼ା ଶିକ୍ଷୟିତ୍ରୀ ସେବା ବିନିମୟ ଯୁକ୍ତା ବାରିକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିବା ବେଳେ ପରିଚୟ ପ୍ରଦାନ ସହକାରୀ ଶିକ୍ଷକ ଦିଲିପ କୁମାର ମିଶ୍ର ଓ ସଂସ୍କୃତ ଶିକ୍ଷକ ପ୍ରଶାନ୍ତ ଭୋଇ ଧନ୍ଯବାଦ ଅର୍ପଣ କରିଥିଲେ l ଦଶମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ରୋଶନି ପଧାନ ଓ ସୁଶ୍ରୀ ରାକ୍ଷୀ ପଧାନଙ୍କ ସଂଯୋଜନାରେ ମଞ୍ଚ ସଂଚାଳନ ହୋଇଥିଲା l ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ, କ୍ଷୁଦ୍ର ନାଟକ ‘ଜରା ଶ୍ରମ ’ ମଞ୍ଚସ୍ତ ହୋଇଥିଲ l ଶିକ୍ଷା ବର୍ଷ ୨୦୨୪-୨୫ ରେ କ୍ରୀଡ଼ା ଓ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ଛାତ୍ର-ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l

error: Content is protected !!