Saturday, March 7, 2026
Homeରାଜ୍ୟପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ଶିବିର ।

ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ଶିବିର ।

ବରପାଲି-ବରପାଲି ବ୍ଳକ କନବାର ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସ୍ବାରସ୍ଥ୍ୟଶିବିର ଆୟୋଜିତ ହୋଇଯାଇଛି। ପିଏମଶ୍ରୀ ଯୋଜନା ଆନୁକୂଲ୍ୟରେ ପରିଚାଳିତ ଶିବିରରେ ଛାତ୍ର-ଛାତ୍ରୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ବିଦ୍ୟାଳୟ କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ସାନନ୍ଦକୁମାର ଭୋଇଙ୍କ ସଭାପତିତ୍ୱରେ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।

ସ୍ବାସ୍ଥ୍ୟ ସେବା କାର୍ଯ୍ଯରେ ବରପାଲି ଉପଖଣ୍ଡଡାକ୍ତରଖାନା ଦୁଇଟି ଦଳର ଡା. ଏସ. କେ. ମୁଗୁରୀ, ଡା. ରଂଜିତା ସାହୁ, ରୂପସୀ ରଣା ଓ ଡା.ନିକି ଅଗ୍ରୱାଲ, ଲିଲିମା ନାୟକ, ସୁଷମା ମେହେର ପ୍ରମୁଖ ଯୋଗଦେଇ ୨୯୧ ଜଣ ପିଲାଙ୍କ ସ୍ବାସ୍ଥ୍ୟ ପରିକ୍ଷା କରିବା ସହ ସୁସ୍ଥ ଜୀବନ ଯାପନର ମହତ୍ତ୍ଵ ଉପରେ ପରାମର୍ଶ ଦେଇଥିଲେ।

ଏହି ଅବସରରେ ବିଦ୍ୟାଳୟ ଛାତ୍ରୀମାନଙ୍କ ପାଇଁ ମଧ୍ୟ ଏକ ବିଶେଷ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା।ବିଦ୍ୟାଳୟ କ୍ରୀଡ଼ା ଶିକ୍ଷୟିତ୍ରୀ ସେବା ବିନିମୟ ଯୁକ୍ତା ବାରିକଙ୍କ ସଂଯୋଜନାରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। ପରିଚାଲନାରେ ବିଦ୍ୟାଳୟ ସ୍କାଉଟ ଗାଇଡ଼ ବିଭାଗର ଶିକ୍ଷାର୍ଥି ଓ ଶିକ୍ଷକ-ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି ସଦସ୍ୟ ମାନେ ସହଯୋଗ କରିଥିଲେ।

error: Content is protected !!