Saturday, March 7, 2026
Homeରାଜ୍ୟପିଇବା ପାଣି ପାଇଁ ବାରଗୁଡା ବାସି ଡହଳ ବିକଳ ।

ପିଇବା ପାଣି ପାଇଁ ବାରଗୁଡା ବାସି ଡହଳ ବିକଳ ।

ବରପାଲି-ବରପାଲି ବ୍ଲକ୍ ବାରଗୁଡ଼ା ସହରା ପଡ଼ାବାସି ପାନିୟଜଳ ଓ ବ୍ଯବହାର୍ଯ୍ଯ ପାଣି ଟିକାକ ପାଇଁ ଡହଳ ବିକଳ ହେଉଥିବା ଦେଖାଯାଉଛି। ସହରା ପଡାରେ ବହୁଦିନରୁ ରହିଥିବା ଏକ ମାତ୍ର ଗଭିର ନଳକୂପରୁ ବ୍ଲକ ପ୍ରଶାସନ ପକ୍ଷରୁ ବିଶୋଧନ କିମ୍ବା ଦେଖରେଖ ସମ୍ବନ୍ଧରେ ଘୋର ଅଭାବି ଲାଗିଥିବାରୁ ନଳପାଣିରୁ ତୈଳ ରଙ୍ଗିଆ ପାଣି ଓ ଲୌହ ପଥର ଗୁଣ୍ତ ମାନ ବାହାରୁଛି । ସମସ୍ଯା ସମ୍ପର୍କରେ ୱ।ର୍ଡର ମେମ୍ବର ଓ ସରପଞ୍ଚଙ୍କୁ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା କୌଣଷି ସୁଫଳ ମିଳିପାରିଲାନାହିଁ। ପାଣିର ଅଭାବି ଓ ବର୍ତ୍ତମାନ ଗ୍ରିଷ୍ମପ୍ରବାହ ଟାଣଖରା ଲୋକଙ୍କ ନିଦ ହଜାଇ ଦେଲାଣି। ବାଧ୍ଯ ହୋଇ ମହିଳା ଓ ଯୁବତି ମାନେ ଗରା ବିଭିନ୍ନ ପାତ୍ର ସହାୟତାରେ ନିକଟରେ ଥିବା ପୋଖରି ପାଣି ଉପରେ ଭରସା ରଖି ପରିବାରର ତୃଷା ମେଣ୍ଟାଉଥିବା ଜଣାପଡିଥିଲା। କିଛି “ଦିନ ପୂର୍ବରୁ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ପିଡିତା ମାନେ ଚିକିତ୍ସିତ ହୋଇଥିବା ଜଣାପଡିଥିଲା ।

error: Content is protected !!