ଗାଇସିଲାଟ-ଗାଇସିଲାଟ ଗସ୍ତରେ ବିଜେପୁର ବିଧାୟକ ସନତ କୁମାର ଗଡତିଆ ଆସି ବିଭିନ୍ନ ଗ୍ରାମରେ ଭୂମିପୂଜନ ଉଦ୍ଘାଟନ ଓ ସଭାସମିତି କରିଥିଲେ । ଏହି ଅବସରରେ ବୁରୋମୁଣ୍ଡା ଠାରେ ଆଇନଜିବି ସୁରେନ୍ଦ୍ର କୁମାର ସାହୁଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଅନୁଷ୍ଠିତ ମେଗା ସ୍ବାସ୍ଥ୍ୟ ଶିବିରର ଉଦ୍ଘାଟନ କରିଥିଲେ । ପରେ ରାଇସଲପଦର ଗ୍ରାମରେ ନୂତନ ସ୍ବାସ୍ଥ୍ୟ ଉପକେନ୍ଦ୍ରର ଶିଳାନ୍ୟାସ ,ଅମଲିପାଲି ଠାରେ ଜନତାଙ୍କ ସହିତ ଗ୍ରାମରେ ସଭା ,ଫିରିଙ୍ଗିମାଲ ଠାରେ ନୂତନ ପ୍ରାଥମିକ କୃଷି ସେବା ସମବାୟ ସମିତିର ଉଦ୍ଘାଟନ ପରେ ଜନକେଡା ଠାରେ ଏକ ସମ୍ବର୍ଦ୍ଧନା ସଭାରେ ଯୋଗଦାନ କରିଥିଲେ ।
ଏହି ଅବସରରେ ଗାଇସିଲାଟ ଯୋନ-୨ର ଜିଲ୍ଲାପରିଷଦ ଶ୍ରୀମତୀ ଝରଣା ପାଣିଗ୍ରାହି ,ବିଜେପି ବରଗଡ ଜିଲ୍ଲା ଉପସଭାତି ପ୍ରବିଣ କୁମାର ପାଣିଗ୍ରାହି . ପୂର୍ବତନ ଜିଲ୍ଲା ଉପସଭାପତି ମଦନ ଦୀପ , ପୂର୍ବତନ ଜିଲ୍ଲାପରିଷଦ ଘନଶ୍ୟାମ ସାହୁ , ମଣ୍ଡଳ ସଭାପତି ବିପିନ ବିହାରି ସାହୁ ଓ ଆନନ୍ଦ ମଟାରି ତଥା ସ୍ଥାନିୟ ସରପଞ୍ଚ ଓ ଦଳିୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଲୋକମାନେ ବିଧାୟକଙ୍କୁ ସ୍ଥାନୀୟ ସମସ୍ୟା ଓ ତାଙ୍କର ଆବଶ୍ୟକତାର ଉପସ୍ଥାପନ କରିଥିଲେ ।
ପ୍ରାୟତଃ ପାନିୟ ଜଳ ଯୋଗାଣ ଓ କୃଷି ନିମନ୍ତେ ଜଳର ସମସ୍ୟା ସଂପର୍କରେ କହିଥିଲେ । ରାଇସଲପଦର ଠାରେ ପାର୍ବତୀ ଗିରି ମେଗା ଜଳସେଚନ ପ୍ରକଳ୍ପ ଅନ୍ୟତ୍ର ହୋଇଥିବାର ଅଭିଯୋଗ କରିଥିଲେ । ସମସ୍ୟାର କାରଣ ଖୋଜିବାରେ ଯେଉଁ ସମୟ ନଷ୍ଟହେବ ସେତିକି ସମୟରେ ତାର ନିରାକରଣ ହୋଇପାରିବ ବୋଲି ଉତ୍ତରରେ ବିଧାୟକ କହିଥିଲେ । ଏହା ସହିତ ପାନିୟ ଜଳ ସଂକ୍ରାନ୍ତରେ ସେ RWSSର ଅଧିକ୍ଷଣ ଯନ୍ତ୍ରୀ ସମେତ ବିଭିନ୍ନ ଅଧିକାରି ଓ ଠିକା ସଂସ୍ଥାକୁ ଡାକି ବୈଠକ କରି ମାର୍ଚ୍ଚରେ ପାନୀୟ ଜଳ ସଙ୍କଟ ହେବା ପୂର୍ବରୁ ପାଣିଦେବାକୁ ନିର୍ଦେଶ ଦେଇଥିବା କହିଥିଲେ ।
ଖୁବ ଶିଘ୍ର ଜଳସେଚନ ବିଭାଗର ଏକ ଅନୁରୂପ ବୈଠକ ଡାକିବା ସହିତ ଏହାର ମଧ୍ୟ ସମାଧାନ କରିବା କହିଥିଲେ । ଗାଇସିଲାଟ ବ୍ଲକର ବକ୍ଷରେ ପ୍ରବାହିତ ଅଂଗନଦୀର ଜଳର କୃଷି କ୍ଷେତ୍ରରେ ବିନିଯୋଗ ହିଁ ସମସ୍ୟା ସମାଧାନର ଏକ ବଳିଷ୍ଠ ଉପାୟ ଅଟେ ।ଏଣୁ ଏହା ଉପରେ ଗୁରୁତ୍ବାରୋପ କରିବା ଉପରେ ଗୁରୁତ୍ବ ଦେଇଥିଲେ । ପାନୀୟ ଜଳ ଯୋଗାଣ ଓ କ୍ଷେତକୁ ପାଣି ଉପରେ କାମ କରିବା ମୋର ପ୍ରଥମିକତା ଅଟେ ବୋଲି ମତ ରଖିଥିଲେ ।