Saturday, March 7, 2026
Homeରାଜନୀତିପାଣ୍ଡିଆନଙ୍କ ପଦ୍ମପୁର ଗସ୍ତ: ସଭାସ୍ଥଳ ପରିଦର୍ଶନ କଲେ ଯୁବନେତା ଭୋଜରାଜ ସିଂ ବରିହା l

ପାଣ୍ଡିଆନଙ୍କ ପଦ୍ମପୁର ଗସ୍ତ:
ସଭାସ୍ଥଳ ପରିଦର୍ଶନ କଲେ ଯୁବନେତା ଭୋଜରାଜ ସିଂ ବରିହା l

ପଦ୍ମପୁର – ଆସନ୍ତାକାଲି ବିଜେଡି ଦଳର ମଙ୍ଗୁଆଳ ଭି.କେ ପାଣ୍ଡିଆନଙ୍କ ଗ୍ରସ୍ତକୁ ନେଇ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହର ବାତାବରଣ ଖେଳିଯାଇଛି। ଏଠାରେ ସାଧାରଣ ସଭା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିବାବେଳେ, ସ୍ଥାନୀୟ ଅଶୋକ ପଡିଆରେ ଏହାର ବ୍ୟାପକ ପ୍ରସ୍ତୁତି ଚାଲିଛି। ନିର୍ବାଚନୀ ସଭାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ କୈାଣସି ପ୍ରକାରର ଅସୁବିଧା ଯେଭଳି ନହେବ ସେନେଇ ଆଜି ବିଜେଡି ଦଳର ଦକ୍ଷ ଯୁବ ସଂଗଠକ ତଥା ଯୁବନେତା ଭୋଜରାଜ ସିଂ ବରିହା ସଭାସ୍ଥଳକୁ ଯାଇ ବେଶ ତଦାରଖ କରୁଥିବାର ପରିଲକ୍ଷିତ ହୋଇଛି। ଆସନ୍ତାକାଲି ସକାଳ ୧୧ ଟା ସମୟରେ ଅଶୋକ ପଡିଆକୁ ପାଣ୍ଡିଆନ ମହାଶୟ ପହଞ୍ଚି ନିର୍ବାଚନୀ ସଭାରେ ସର୍ବସାଧାରଣଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି l

error: Content is protected !!