Saturday, March 7, 2026
Homeରାଜ୍ୟପାଟଣାଗଡ଼ ରେଞ୍ଜ ଅଧିକାରୀଙ୍କ କାର୍ଯ୍ୟାଳୟରେ ବନାଗ୍ନୀ ପ୍ରତିରୋଧ ସଚେତନତା ସଭା।

ପାଟଣାଗଡ଼ ରେଞ୍ଜ ଅଧିକାରୀଙ୍କ କାର୍ଯ୍ୟାଳୟରେ ବନାଗ୍ନୀ ପ୍ରତିରୋଧ ସଚେତନତା ସଭା।

ପାଟଣାଗଡ଼-ପାଟଣାଗଡ଼ ବ୍ଳକ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବନ ଅଧିକାରୀ, ବୁଦ୍ଧୀଯୀବି ଓ ଅସ୍ଵଚ୍ଛାସେବୀ ମାନଙ୍କୁ ନେଇ ବନାଗ୍ନୀ ପ୍ରତିରୋଧ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଟଣାଗଡ଼ ତହସିଲଦାର ରୁଦ୍ରମୋହନ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କିପରି ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରାଯାଇ ପାରିବାସେ ବିଷୟରେ ଉପସ୍ଥିତ ଅଧିକାରୀ ଓ ଜନ ସାଧାରଣଙ୍କୁ କହିଥିଲେ ।

ଆଗକୁ ଖରା ଦିନ ଆସୁଥିବା ବେଳେ ଜଙ୍ଗଲକୁ ଖରାଦିନ ନିଆଁ ଦାଉରୁ ରକ୍ଷା କରାଯାଇ ପାରିବା ସେ ବିଷୟରେ ରେଞ୍ଜର ଆନନ୍ଦ ଚନ୍ଦ୍ର ବିଶି ଆଲୋଚନା କରିଥିଲେ ଏବଂ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଶପଥ ନେଇଥିଲେ। ଏହା ଦ୍ବାରା ଜଙ୍ଗଲ ସୁରକ୍ଷାରେ ରହିବ ଏବଂ ଧନ ଜୀବନ ମଧ୍ୟ ସୁରକ୍ଷାରେ ରହିବ ବୋଲି ପ୍ରୟାସ କରାଯାଉଛି। ଏହା ଏକ ସମାଜକୁ ଉଚିତ ଶିକ୍ଷା ମଧ୍ୟ ଦିଆଯାଇଥିଲା। ଜଙ୍ଗଲ ନଷ୍ଟ ହେବାରୁ ବର୍ଷା ମଧ୍ୟ କମିବାରେ ଲାଗୁଛି। ତେଣୁ ଉକ୍ତ ସଭାରେ ଏହି ଆଲୋଚନା କରାଯାଇଥିଲା ।

error: Content is protected !!