Saturday, April 19, 2025
spot_imgspot_imgspot_img
Homeରାଜ୍ୟପାଇକମାଳ ବ୍ଳକ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିଶୁ ଦିବସ ପାଳିତ ।

ପାଇକମାଳ ବ୍ଳକ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିଶୁ ଦିବସ ପାଳିତ ।

ପାଇକମାଲ-ପାଇକମାଲ ବ୍ଳକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିଶୁ ଦିବସ ପାଳିତ ହୋଇଯାଇଛି। ମାଣ୍ଡୋସିଲ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଅଧ୍ୟକ୍ଷ ଗଙ୍ଗାଧର ରଣାଙ୍କ ସଭାପତିତ୍ବରେ ଶିଶୁ ଦିବସ ପାଳିତ ହୋଇଯାଇଛି। ପ୍ରଥମେ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ସଭା ଆରମ୍ଭ ହୋଇଥିଲା। ଉପାଧ୍ୟକ୍ଷ ମଳୟ ହଂସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ଅବସରରେ ଶିକ୍ଷାକେନ୍ଦ୍ରର ହରିପ୍ରିୟା ସାହୁ,ଭିଏସନନ୍ଦ ବରିହା, କରୁଣାକର ପ୍ରଧାନ,ମଦନ ଧରୁଆ,ଗିରୀଶ ମାଝୀ, ଉତ୍ତମ ରଣା,ଦେବାସନ ମାଝୀ, ଯୋଗେଶ ନାୟକ,ବବିତା ପ୍ରଧାନ,ଟିକେଶ୍ବରୀ ବିଶ୍ବାଳ, ତପସ୍ଵିନୀ ଭୋଇ, ମୀନାରାଣୀ ଖୁଣ୍ଟିଆ, ସୈଲେନ୍ଦ୍ରୀ ମାଝୀ,ରୂପାଲି ସାହୁ ପ୍ରମୁଖ ଉପସ୍ଥିତ ଥିବା ବେଳେ ମଣ୍ଟୁ ସାହୁ, ସୁରେନ୍ଦ୍ର ମାଝୀ,ରାଏମତୀ କାରେ, ସୋନି ସେଠ ସମେତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ସେହିପରିଜାମସେଠ ପଞ୍ଚାୟତ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଗୋପାଳ ପ୍ରସାଦ ବେହେରାଙ୍କ ସଭାପତିତ୍ବରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମହାଶକ୍ତି ଫାଉଣ୍ଡେସନ ତରଫରୁ ବକୃତା, ନୃତ୍ୟ, ସଙ୍ଗୀତ ଓ କୁଇଜ ପ୍ରତୀଯୋଗୀତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା।

ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଅଣଶିକ୍ଷକ ଓ ମହାଶକ୍ତି ଫାଉଣ୍ଡେସନର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।ସେହିପରି ପାଇକମାଳ ବ୍ଳକର ସମସ୍ତ ଶିକ୍ଷାନୁଷ୍ଠାନରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।

error: Content is protected !!