Saturday, March 7, 2026
Homeରାଜ୍ୟପାଇକମାଳ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଦ୍ୱାରା ବ୍ଳକ ଟପ୍ପର ନିହାରିକାଙ୍କୁ ସମ୍ବର୍ଦ୍ଧନା ।

ପାଇକମାଳ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଦ୍ୱାରା ବ୍ଳକ ଟପ୍ପର ନିହାରିକାଙ୍କୁ ସମ୍ବର୍ଦ୍ଧନା ।

ପାଇକମାଳ-ପାଇକମାଳ ବ୍ଳକ ମାଣ୍ଡୋସିଲ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିହାରିକା ପ୍ରଧାନ ମ୍ୟାଟ୍ରିକ ପରୀକ୍ଷାରେ ଏ ୱାନ ଗ୍ରେଡ ୯୨.୧୬ ପ୍ରତିଶତ ମାର୍କ ରଖି ବ୍ଳକ ଟପର ହୋଇଛନ୍ତି। ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପାଇକମାଳ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଦନ ସୁନା ନିହାରିକା ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଥିଲେ।

ନିହାରିକାଙ୍କ ବାପା ରୂପାଧର ପ୍ରଧାନ ଓ ମାତା ବନିତା ପ୍ରଧାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି।ନିଜର କଠିନ ପରିଶ୍ରମ,ସମସ୍ତ ଶିକ୍ଷକଙ୍କ ପରିଶ୍ରମ ତଥା ବାପା ମାଁ ଙ୍କ ଆଶୀର୍ବାଦରୁ ଏହା ସମ୍ଭବ ହୋଇଛି ନିହାରିକା କହିଛନ୍ତି। ଏହି ସଭାରେ ଏବିଇଓ ରାଧେଶ୍ୟାମ ମେହେର ଓ ଗୋକୁଳାନନ୍ଦ ଡନସନା ନିଜ ଅଭିଭାଷଣରେ ନିହାରିକାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ଚେରେଙ୍ଗାଝାଞ୍ଜ ସିଆରସିସି ଉଗ୍ରସେନ ପ୍ରଧାନ, ତପନ କୁମାର ବହିଦାର , ନରହରି ସିଂ,ବିକ୍ରମ ସିଂହ, ଅଭିଜିତ ରାଏ, ଅର୍ଜୁନ ଜେନା,ଅରୁଣ ପାତ୍ର, ସଂଘମିତ୍ରା ବେହେରା, ସଦାନନ୍ଦ ଭୋଇ, ନିଳମଣୀ ପୁଟା ପ୍ରମୁଖ ଏହି ସମ୍ବର୍ଦ୍ଧନା ଉତ୍ସବର ଯୋଗଦାନ କରିଥିଲେ। କ୍ରିଷ୍ଣା ବାଗ ସଭାକାର୍ଯ୍ୟ ପରିଚାଳନା କରିଥିଲେ।

error: Content is protected !!