Friday, November 22, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିପାଇକମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ନୃସିଂହନାଥ ବିଦ୍ୟାଳୟରେ ବନାଗ୍ନି ପ୍ରଶମନ ସଚେତନତା କର୍ମଶାଳା...

ପାଇକମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ନୃସିଂହନାଥ ବିଦ୍ୟାଳୟରେ ବନାଗ୍ନି ପ୍ରଶମନ ସଚେତନତା କର୍ମଶାଳା ଅନୁଷ୍ଠିତ।

ପାଇକମାଳ-ବରଗଡ ଜିଲ୍ଲା ପାଇକମାଳ ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକବିଦ୍ୟାଳୟ ଓ ନୃସିଂହନାଥ ଏସ ଏସ ଡି ହାଇ ସ୍କୁଲରେ ବନଗ୍ନି ପ୍ରଶମନ କର୍ମଶାଳା ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି | ପ୍ରାକୃତିକ ସବୁଜିମାର ପରିବେଶ ଭିତରେ ଜଙ୍ଗଲର ମହତ୍ତ୍ଵ କାହାକୁ ବା ଶାନ୍ତି ପ୍ରଦାନ କରି ନ ଥାଏ ? କିନ୍ତୁ ଜଙ୍ଗଲ ନିଆଁ ପରିବେଶ ଓ ପ୍ରକୃତି ପ୍ରେମୀ ମାନଙ୍କ ହୃଦୟରେ ମଧ୍ୟ ବହୁତ ଦୁଃଖ ଦେଇଥାଏ। ଜନ କଲ୍ୟାଣ ସେବା ଟ୍ରଷ୍ଟ ,ବରଗଡ଼ ର ପ୍ରତିଷ୍ଠାତା ସଭାପତି ମୁକୁନ୍ଦ ଦାଶ ଏବଂ ନେଚର୍ ବ୍ଲେସିଂ ଟ୍ରଷ୍ଟ, ପାଟଣାଗଡ଼ ର ସଭାପତି ସମାଜସେବୀ, ପ୍ରକୃତିବନ୍ଧୁ ପରିବେଶବିତ୍ ଡ଼. ସୁଜିତ କୁମାର ଶତପଥୀମୁଖ୍ୟ ଅତିଥି ଭାବରେ ଯୋଗଦେଇନିଜସ୍ୱ ମନ୍ତବ୍ୟରଖି ଥିବାବେଳେ, ସମ୍ମାନିତ ଅତିଥି ଭାବରେ ପ୍ରକୃତି ବନ୍ଧୁ ବଡ ଶତପଥି,, ପ୍ରକୃତି ବନ୍ଧୁ ବିଭୁତି ମୁଣ୍ଡ ଯୋଗଦେଇ,ଗ୍ରୀଷ୍ମ ଋତୁରେ ଜଙ୍ଗଲକୁ ନିଆଁ ଲାଗିବା ଠାରୁ ରକ୍ଷା କରିବାକୁ ତଥା ଔଷଧିୟ ଗୁଳ୍ମ, ସରୀସୃପ, ବନ୍ୟ ପ୍ରାଣୀ, ପକ୍ଷୀ ଓ ପକ୍ଷୀ ଶାବକ ମାନଙ୍କୁ ରକ୍ଷା କରିବାକୁ ମତ ପ୍ରକାଶ କରିଥିଲେ। ନିଜ ନିଜ ର ଜନ୍ମଦିନ, ବିବାହ ବାର୍ଷିକୀ ତଥା କୌଣସି ବିଶିଷ୍ଟ ଆୟୋଜନ ସମୟର ମଧ୍ୟ ଗୋଟିଏ ଗୋଟିଏ ବୃକ୍ଷ ରୋପଣ ଏବଂ ଯତ୍ନ କରିବାକୁ ପରାମର୍ଶ ଦେଇଥିଲେ। ସେହି ପରି ଉଭୟ ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ୟାମଲାଲ ପ୍ରଧାନ ଏବଂ ପ୍ରଧାନ ଶିକ୍ଷୟତ୍ରୀ ମୋହିନୀ ଦଳପତି ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ପରିବେଶ ସୁରକ୍ଷା ବିଷୟରେ ବୁଝାଇ ଲୋକମାନଙ୍କୁ ଜଙ୍ଗଲ ନିଆଁ କୁ ରୋକିବା ପାଇଁ ଏବଂ ପ୍ରକୃତି ର ସୁରକ୍ଷା କରିବା ପାଇଁ ସଭାରେନିଜସ୍ୱ ମତ ବ୍ୟକ୍ତକରି ଥିଲେ | ବିଭୂତି ମୁଣ୍ଡଙ୍କୁ ଅନୁଷ୍ଠାନ ପକ୍ଷ ରୁ ମାନପତ୍ର ସହ ଉପଢୌକନ ଦେଇ ସମ୍ମାନିତ, ସେବା ପାଇଁ ଟ୍ରଷ୍ଟ ର ଆଜୀବନ ସଦସ୍ୟ ବଡ଼ ଶତପଥୀ, ସ୍ନେହଲତା ଯାଦବ, ଶ୍ୟାମଲାଲ ପ୍ରଧାନ, ସୁରଥ ସାହୁ ଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । । ଉକ୍ତ କାର୍ଯ୍ୟକ୍ରମରେ କିଶୋର ମିର୍ଦ୍ଧା, ଶ୍ଵେତା ମିଶ୍ର, ଅନିତା ସାହୁ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ । ଶେଷରେ ଶିଶୁ କଳାକାର କୁମାରୀ ଲକ୍ଷ୍ମୀ ପ୍ରିୟା ମିର୍ଦ୍ଧା ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ଅନୁଷ୍ଠାନର ରାଜ୍ୟ ମୁଖ୍ୟ ଡ଼ ସୁଜିତ କୁମାର ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!