ପାଇକମାଳ-ସାଧାରଣତଃ ବର୍ଷାଋତୁ ଆସିଲେ ପରିବେଶରେ ବିଷାକ୍ତ ସାପ ଗୁଡ଼ିକ ବାହାରି ଥାଆନ୍ତି। ପ୍ରାୟତଃ ବିଷାକ୍ତ ସାପ ଗୁଡ଼ିକ ଘର ଦ୍ବାରକୁ ପଶିଯାଇ ଅସାବଧାନତଃ ରହିଲେ ସାପ ଗୁଡ଼ିକ କାମୁଡ଼ି ଦେଉଥିବାରୁ ଲୋକଙ୍କ ଅକାରଣେ ମୃତବରଣ କରିଥାଆନ୍ତି। ସାପ ଗୁଡ଼ିକ ପରିବେଶ ପାଇଁ ଯେତିକି ଉପଯୋଗୀ ହୋଇଥିବା ବେଳେ ଆମେ ନମାରି ତାକୁ ଘଉଡାଇ ଦେବା ଉଚିତ ନହେଲେ ଆମେ ସ୍ନେକ୍ ହେଲ୍ପଲାଇନ ସାହାଯ୍ୟ ଉଦ୍ଧାର କରାଇ ତାକୁ ତାଙ୍କ ପରିବେଶ ଛାଡି ଦେବା ସେତିକି ଗୁରୁତ୍ତ୍ୱପୂର୍ଣ୍ଣ। ପାଇକମାଳ ଅଞ୍ଚଳରେ ସ୍ନେକ ମ୍ୟାନ ଭାବରେ ଚିମନଲାଲ୍ କଟାପଲିଆ ବେଶ ପରିଚିତ। ବୟସ ପାଖାପାଖି ୨୫ ବର୍ଷ ହେବ ।

ସେ ମିଠାପାଲି ପଞ୍ଚାୟତ ଡୁଙ୍ଗୁରିପାଲି ଗାଁର ବେଦବର କଟାପଲିଆଙ୍କ ଏକମାତ୍ର ପୁଅ। ଚିମନଲାଲ ବୃତ୍ତିରେ ଜଣେ ଦିନ ମଜୁରିଆ ତଥା ରାଜମିସ୍ତ୍ରୀ ଭାବରେ କାମ କରନ୍ତି। ବର୍ଷା ଋତୁରେ ଘରକୁ ପଶୁଥିବା ବିଷାକ୍ତ ସାପ ଉଦ୍ଧାର କରିବାକୁ ଆରମ୍ଭ କଲେ । ପରେ ସେ ଭୁବନେଶ୍ଵର ଯାଇ ସ୍ନେକ୍ ହେଲ୍ପଲାଇନ ତାଲିମ ପାଇବାରେ ପରେ ଏବେ ବନ ବିଭାଗ ପକ୍ଷରୁ ସ୍ଵୀକୃତିପ୍ରାପ୍ତ ସାପ ଉଦ୍ଧାରକାରୀ ଭାବରେ କାମ କରି ଆସୁଛନ୍ତି। ପାଇକମାଳ ଅଞ୍ଚଳରେ ଯାହା ଘରକୁ ବିଷାକ୍ତ ସାପ ଗୁଡ଼ିକ ପଶେ ପ୍ରଥମ ଚିମନଲାଲକୁ ଖୋଜା ପଡେ। ଚିମନଲାଲ୍ ଫୋନ୍ କଲ୍ ପାଇବା ମାତ୍ରେ ସେହି ଘରକୁ ପହଞ୍ଚି ସାପକୁ ଉଦ୍ଧାର କରି ନିକଟସ୍ଥ ଗନ୍ଧମାର୍ଦ୍ଦନ ପର୍ବତରେ ଛାଡ଼ି ଦେଇଥାନ୍ତି।

ଏପର୍ଯ୍ୟନ୍ତ ପାଖାପାଖି ୧୫୦୦ରୁ ଉର୍ଦ୍ଧ୍ବ ସାପ ଉଦ୍ଧାର କରିସାରିଲେଣି ବୋଲି କହିଛନ୍ତି। ମୁଁ ଯେଉଁ ସମୟରେ କଲ ପାଏ ମୁଁ ସଙ୍ଗେ ସଙ୍ଗେ ଯାଇ ଉଦ୍ଧାର କରେ ବୋଲି କହିଛନ୍ତି। ଯଦି ଦିନ ବେଳେ ରାଜମିସ୍ତ୍ରୀ କାମ କରୁଥିବା ସମୟରେ ଡକା ପଡିଲେ ଟିକିଏ ବିଳମ୍ବ ହୋଇଥାଏ ବୋଲି କହିଛନ୍ତି। ସାପ ଉଦ୍ଧାର କରିବା ସମୟରେ ସାପ ନମାରିବା ତଥା ସାପ କାମୁଡିଲେ ଛଡାଫୁଙ୍କା ବିଶ୍ବାସ ନକରି ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ମଧ୍ୟ ଯିବାକୁ ସଚେତନତ କରିଥାନ୍ତି। ବରଗଡ଼ ଡିଏଫଓ ତରଫରୁ ସେଫ୍ଟି କିଟ୍ ଯୋଗାଇଦେବା କଥା କିନ୍ତୁ ଏପର୍ଯ୍ୟନ୍ତ ପାଇନଥିବାରୁ ଶ୍ରୀଘ୍ର ସେଫ୍ଟି କିଟ୍ ଯୋଗାଇଦେବା ପଇଁ ଚିମନଲାଲ୍ ଅନୁରୋଧ କରିଛନ୍ତି।



