ପାଇକମାଲ(ନିରୋଜ କୁମାର ପାଣି)-ପାଇକମାଲ ବ୍ଳକ ଅଞ୍ଚଳ ପରିସରରେ ଅନଔପଚାରିକ ଭାବରେ ଦୀର୍ଘ ଦିନ ଧରି ବସବାସ କରୁଥିବା ଅଭିଯୋଗ ହୋଇଛି। ଦିନକୁ ଦିନ ଏମାନଙ୍କ ସଂଖ୍ୟା ରେ ବୃଦ୍ଧି ପାଉଥିବା ବେଳେ ପାଇକମାଲ ତଥା ପଶ୍ଚିମ ଓଡ଼ିଶାର ନୃସିଂହନାଥ ପର୍ଯ୍ୟଟନ ସ୍ଥଳୀ ଶାନ୍ତି ଶୃଙ୍ଖଳା ରେ ଅଞ୍ଚଳର ବାସୀ ବସବାସ କରନ୍ତି। ହେଲେ କେତେ ଦିନ ହେଲାଣି ହଜାର ହଜାର ସଂଖ୍ୟାରେ ଅନୁପ୍ରବେଶକାରୀ ମାନେ ଅଞ୍ଚଳକୁ ପ୍ରବେଶ କରି ପାଇକମାଲ ଓ ଗାଁ ଗୁଡ଼ିକର ବିଭିନ୍ନ ସ୍ଥାନରେ ବ୍ୟବସାୟୀ ନାମ ରେ ବସବାସ କରିଆସୁଛନ୍ତି।
ବାଙ୍ଗଲାଦେଶୀ ଶରଣାର୍ଥୀ ଅନୁପ୍ରବେଶକାରୀ ଙ୍କ ଅନୈପଚାରିକ ଉପସ୍ଥିତି ଯୋଗୁଁ ଅଞ୍ଚଳରେ ଆଗାମୀ ଦିନରେ ଭୟାନକ ସାମାଜିକ ଓ ରାଜନୈତିକ ସଂକଟ ସୃଷ୍ଟି କରିବା ସହ ବିଭିନ୍ନ ସ୍ଥାନରେ ଅନୁପ୍ରବେଶକାରୀ ଆଡ୍ଡା ଜମାଇଛନ୍ତି । ଏମାନଙ୍କର ଅନୁପ୍ରବେଶକାରୀ କୁ ସମ୍ପୂର୍ଣ ବନ୍ଦ୍ କରିବା ଦାବି ନେଇ ଆଜି ପାଇକମାଲ ଗ୍ରାମବାସୀଙ୍କ ପକ୍ଷରୁ ଏକ ଦାବିପତ୍ର ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ଓ ବିଡ଼ିଓ ପ୍ରଫୁଲ୍ଲ କୁମାର ଓଦୁଙ୍କୁ ପ୍ରଦାନ କରାଯାଇଛି। ଅଭିଯୋଗ ଅନୁଯାୟୀ ଅନୁପ୍ରବେଶକାରୀ ମାନଙ୍କ ବିଧିବଦ୍ଧ ତଦନ୍ତ କରିବା ସହ ବ୍ଳକ ପରିସରରେ ରହୁଥିବା ଅନୁପ୍ରବେଶକାରୀ ଙ୍କୁ ଶିଘ୍ର ବିତାଡିତ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି।
ଦାବୀ ପତ୍ର ପ୍ରଦାନ ସମୟରେ ଗୋବର୍ଦ୍ଧନ ଅଗ୍ରୱାଲ,ସରୋଜ ସାମଲ, ଜିଲ୍ଲା ପରିଷଦ ସଭ୍ଯା ତ୍ରିପୁରା ବରିହା,ସୁଶାନ୍ତ ନାଗ,ରୋଶନ ପାଣିଗ୍ରାହୀ,ଯୋଗେନ୍ଦ୍ର ଭୋଇ,କୌଲାସ ଦିଶ୍ରୀ,ପୁରନ୍ଦର ସାହୁ,ଅଜିତ ସାହୁ,ପୁରୁଷୋତ୍ତମ ନାଏକ,ନରୋତ୍ତମ ଦାସ,ସତ୍ଯ ନାରାୟଣ ବେହେରା,ଏମ ଡି ରାଜା,ପଦ୍ମଲୋଚନ ବେରିଆଙ୍କ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ