ପଦ୍ମପୁର– ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକରେ ରାସ୍ତାର ଉନ୍ନତିକରଣ ସକାଶେ ୧୧ କୋଟି ଟଙ୍କାର ଅନୁଦାନ ମିଳୁଥିବା ସୂଚନା ମିଲିଛି । ପାଇକମାଲ ଅନ୍ତର୍ଗତ ସରେଇକେଲା- ବାଦିକଟା, ବାଦିକଟା – ଘେଁସରା ଓ ଧାନ୍ଦୁପାଲି – ମହୁଲପାଲି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ସରେଇକେଲା- ବାଦିକଟା ରାସ୍ତା ୪.୮ କିମି , ବାଦିକଟା – ଘେଁସରା ରାସ୍ତା ୫.୦ କିମି ଓ ଧାନ୍ଦୁପାଲି – ମହୁଲପାଲି ରାସ୍ତା ୫.୦ କିମି ହୋଇଥିବା ବେଳେ ରାସ୍ତା ନିର୍ମାଣ ପାଇଁ ଯଥାକ୍ରମେ ୩ କୋଟି ୪୨ ଲକ୍ଷ ୮୯ ହଜାର, ୩ କୋଟି ୩୩ ଲକ୍ଷ ୨୧ ହଜାର, ୩ କୋଟି ୬୧ ଲକ୍ଷ ୯୩ ହଜାର ଖର୍ଚ୍ଚ ହେବ।

ମୁଖ୍ୟ ଅତିଥି ଭାବେ ପାଇକମାଲ ବ୍ଳକ୍ ଅଧ୍ୟକ୍ଷା ଭାବନା ସିଂ, ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ, ପ୍ୟାକ୍ସ ଅଧ୍ୟକ୍ଷ ବିଜୁ ସ୍ଵାଇଁ ଯୋଗଦେଇ ଶିଳାନ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ଯରେ ଯୁବନେତା ଭୋଜରାଜ ସିଂ ବରିହା, ପ୍ରଶାନ୍ତ ମହାନ୍ତି, ଟାଇଲ୍ ଭୋଇ, ଗୌତମ୍ ସିଂ, ଠାକୁର ବେହେରା, ବୁକୁରାମୁଣ୍ଡା ସମିତି ସଭ୍ୟ ସସ୍ମିତା ବାରିକ, ସେଠ ବାଗ, ସବିତା ସାହୁ, ଦୁଷ୍ମନ୍ତ ପଧାନ, ଚିତ୍ରଲେଖା ସାହୁ, ସ୍ଵପ୍ନେଶ୍ଵର ଘିଭେଲା ପ୍ରମୁଖ ଉପସ୍ଥିତ ଥିଲେ।


