Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିପାଇକମାଲ ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ।

ପାଇକମାଲ ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ।

ପାଇକମାଲ – ପାଇକମାଲ ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର କୃତ୍ରିମ ବୁଦ୍ଧିମତା ବିଷୟ ଉପରେ କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ବିଦ୍ୟାଳୟ ଡୁଙ୍ଗୁରୀପାଲି ଠାରେ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ସାହୁଙ୍କ ସଭାପତିତ୍ୱରେ ଏବଂ ସଂସ୍କୃତ ଶିକ୍ଷକ ଦୟାସାଗର ସାହୁଙ୍କ ସଂଯୋଜନା ଓ ପରିଚାଳନାରେ ଅନୁଷ୍ଠିତ ହୋଇ ଯାଇଅଛି ।

ଏହି ଅବସରରେ ମୁଖ୍ୟ ଅତିଥୀ ପାଇକମାଲ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧୀକାରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଓଦୁ , ସମ୍ମାନିତ ଅତିଥି ପାଇକମାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧୀକାରୀ ଶ୍ରୀଯୁକ୍ତ ଚୁଡାମଣି ବାରିକ, ସମ୍ମାନୀତ ଅତିଥୀ ଶ୍ରୀଯୁକ୍ତ ପ୍ରସନ୍ନ ପଟ୍ଟନାୟକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧୀକାରୀ ଶ୍ରୀଯୁକ୍ତ ରାଧେଶ୍ୟାମ ମେହେର ଯୋଗଦେଇ ଆଗାମୀ ଦିନରେ କୃତ୍ରିମ ବୁଦ୍ଧିମତାର ବିଶେଷତା ଉପରେ ଗୁରୁତ୍ୱାରୋପ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ କୃତ୍ରିମ ବୁଦ୍ଧିମତାର ବ୍ୟବହାର ଏବଂ ତାହାର ଉପାଦେୟତାକୁ ବ୍ୟାଖ୍ୟା କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଚାରକ ଭାବେ ବିଞ୍ଜାନ ଶିକ୍ଷକ ଶଶିରେଖା ସାହୁ, ଅଳିଭା ରଥ ଓ ଧୃବଚରଣ ସାହୁ ଯୋଗଦାନ କରି ଛାତ୍ରଛାତ୍ରୀଙ୍କ କୃତିଙ୍କୁ ନେଇ ଜିଲ୍ଲାସ୍ତରକୁ ଯିବାପାଇଁ ବିଚାର କରିଥିଲେ । ଏହି କାଯ୍ୟକ୍ରମରେ ବିଦ୍ୟାଳୟର କସ୍ତୁରୀ ଭୋଇ, ପଦ୍ମାବତୀ ରଣା, ଝସକେତନ ମେହେର, ସୁଦାମ ଦାଶ, ମମତା ନାଗ, ମାଧୁରୀ ମୁଣ୍ଡା, ନିଳାଦ୍ରୀ ବାଗ, ଜୟପ୍ରକାଶ ରଣା, ଡୋଳାମଣି ଦୀପ, ରାଜକୁମାର ସାହୁ, ଇନ୍ଦୁମତୀ ବେହେରା ଏବଂ ଲତାବାଇ ସାହୁ ସହଯୋଗ କରିଥୀଲେ ।

ଏହି ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର କାଯ୍ୟକ୍ରମରେ ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଲ ସ୍କୁଲର ଛାତ୍ରୀ ତେଜସମୟୀ ପ୍ରଧାନ ପ୍ରଥମ ସ୍ଥାନ, ସରକାରୀ ଉଚ୍ଚ ବିଦ୍ୟାଳୟ ଡୁଙ୍ଗୁରୀପାଲି ସ୍କୁଲର ଛାତ୍ରୀ ଜୟଶ୍ରୀ ନାୟକ ଦ୍ୱିତୀୟ ସ୍ଥାନ ଓ ଜମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପାଇକମାଲ ସ୍କୁଲର ଛାତ୍ରୀ ଲିପି ଦାଶ ତୃତୀୟ ସ୍ଥାନ ଅଧୀକାର କଲେ । ପରିଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ବିଜୟା ପଧାନ ଧନ୍ୟବାଦ ଅର୍ପଣ କଲେ ।

error: Content is protected !!